[anugul-dhenkanal] - ଦିବ୍ୟାଙ୍ଗ ଝିଆରିଙ୍କୁ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

  |   Anugul-Dhenkanalnews

ଢେଙ୍କାନାଳ ଅଫିସ, ୧୧ା୩-ଢେଙ୍କାନାଳ ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତରେ ସୋମବାର ଜଣେ ନାବାଳିକା (୧୪ବର୍ଷ) ବଳତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ରାଜକିଶୋର ମହାପାତ୍ର ଅଭିଯୁକ୍ତ ରମେଶ ନାଏକ (୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିବାସହ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅଧିକ ବର୍ଷେ ଜେଲଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଲେମାନ ଖାଁ ମାମଲା ପରିଚାଳନା କରିଥିଲେ।

ମାମଲାର ବିବରଣୀ ଅନୁଯାୟୀ, ଅଭିଯୁକ୍ତଙ୍କ ଘର କଟକ ଜିଲା ଖୁଣ୍ଟୁଣୀ ଥାନା ଚମ୍ପାପୁର ଗ୍ରାମ ଦଳିତ ସାହିରେ। ସମ୍ପର୍କରେ ସେ ପୀଡ଼ିତାଙ୍କ ପିଉସା ହେବେ। ୨୦୧୭ ଫେବୃୟାରୀ ୨୨ରେ ଅଭିଯୁକ୍ତ ଢେଙ୍କାନାଳ ଉପକଣ୍ଠ ଗଜମରା ଅଞ୍ଚଳରେ ରହୁଥିବା ନାବାଳିକାଙ୍କ ଘରକୁ ଆସିଥିଲେ। ସ୍ତ୍ରୀଙ୍କ ଦେହ ଖରାପ ଥିବା କହି କାମରେ ସହଯୋଗ କରିବା ଲାଗି ଝିଆରିଙ୍କୁ ୨୩ ତାରିଖରେ ଘରକୁ ନେଇଯାଇଥିଲେ। ଏହାପରେ ଜୋରଜବରଦସ୍ତ ତାଙ୍କୁ ବଳାତ୍କାର କରିଥିଲେ। ୨୪ ତାରିଖରେ ପୀଡ଼ିତାଙ୍କୁ ଆଣି ଅଧା ରାସ୍ତାରେ ଛାଡ଼ି ପଳାଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ଫେବୃୟାରୀ ୨୬ରେ ଟାଉନ ଥାନାରେ ନଂ. ୩୬/୧୭ରେ ମାମଲା ରୁଜୁ କରାଯାଇଥିଲା। ମାର୍ଚ୍ଚ ୧ରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ସିଟି ସ୍ପେଶାଲ (ପି. କେସ୍‌ ନଂ ୬/୧୭)ର ବିଚାର କରି ଅଦାଲତ ଏହି ରାୟ ଶୁଣାଇଛନ୍ତି।

ଫୋଟୋ - http://v.duta.us/BNE3QQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/p-K_0gAA

📲 Get Anugul-dhenkanal News on Whatsapp 💬