[anugul-dhenkanal] - ସ୍ତ୍ରୀଙ୍କୁ ମାଡ଼ ମାରି କନଷ୍ଟେବଳ ଗିରଫ

  |   Anugul-Dhenkanalnews

ପରଜଙ୍ଗ, ୧୧।୩(ଡି.ଏନ.ଏ.)-ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ମାର୍‌ପିଟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଢେଙ୍କାନାଳ ରିଜର୍ଭ ପୋଲିସ କନଷ୍ଟେବଳ ମାନସ ରଞ୍ଜନ ବେହେରା। ଅଭିଯୁକ୍ତଙ୍କ ଘର କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମରେ।

ଅଭିଯୋଗ ଅନୁଯାୟୀ, ପରମହଂସପୁରର ମନୋଜ ବିଶ୍ୱାଳଙ୍କ ଝିଅ ରୁବିଙ୍କୁ ୨୦୧୮ ଏପ୍ରିଲରେ ବୈଦିକ ରୀତିରେ ବିବାହ କରିଥିଲେ ମନୋଜ। ବିବାହର କିଛି ଦିନ ମଧ୍ୟରେ ଉଭୟ ପରିବାର ମଧ୍ୟରେ ତିକ୍ତତା ବଢ଼ିଥିଲା। ଶାଶୁଘରେ ଯୌତୁକ ଦାବି କରି ରୁବିଙ୍କୁ ନିର୍ଯାତନା ଦିଆଯାଉ ଥିବା ନେଇ ଡିସେମ୍ବରରେ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଥିଲା। ଆପୋସ ବୁଝାମଣା ପରେ ବିବାଦର ସମାଧାନ ହୋଇଥିଲା। କିଛିଦିନ ସ୍ବାମୀସ୍ତ୍ରୀ ଏକାଠି ରହିବା ପରେ ରୁବି ବାପ ଘରକୁ ଚାଲିଆସିଥିଲେ। ଜାନୁୟାରୀରେ ତାଙ୍କୁ ନେବାକୁ ମାନସ ଶ୍ୱଶୁର ଘରକୁ ଆସିଥିବାବେଳେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଉକ୍ତ ସମୟରେ ପରଜଙ୍ଗ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ସେହିଦିନଠାରୁ ମାନସ ଛୁଟିରେ ଥିଲେ। ରବିବାର ମାନସ ଶ୍ୱଶୁର ଘରକୁ ଆସି ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହିତ ସ୍ତ୍ରୀଙ୍କୁ ମାର୍‌ପିଟ କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ ପରେ ସୋମବାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏଏସଆଇ ସୁଲୋଚନା ଘଡ଼େଇ ଘଟଣାର ତଦନ୍ତ କରୁଛନ୍ତି। ଏ ନେଇ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ କୁହନ୍ତି, ମାନସଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପିଙ୍କୁ ଅବଗତ କରାଯାଇଛି।

ଫୋଟୋ - http://v.duta.us/n7TJEgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/0OWPRAAA

📲 Get Anugul-dhenkanal News on Whatsapp 💬