[balasore] - ତହସିଲ କର୍ମଚାରୀଙ୍କ ଆନ୍ଦୋଳନ

  |   Balasorenews

ଭୋଗରାଇ, ୧୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ତହସିଲଦାରଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ସରକାରୀ ବାସଭବନରେ ୱାଚମ୍ୟାନ୍‌ ରବିଶଙ୍କର ନନ୍ଦୀ ଓ ପିଅନ ବରେନ୍ଦ୍ର ପଟ୍ଟାୟତଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ସୋମବାର ଭୋଗରାଇ ତହସିଲ କର୍ମଚାରୀଙ୍କ ପକ୍ଷରୁ ପ୍ରତୀକ ଧାରଣା ଦିଆଯାଇଥିଲା। ଜିଲାପାଳ ରମେଶ ଚନ୍ଦ୍ର ରାଉତ ଏହି ଘଟଣାକୁ ଗୁରୁତର ଭାବେ ନେଇ ଭୋଗରାଇ ନବନିଯୁକ୍ତ ତହସିଲଦାର ସନତ କୁମାର ନାୟକଙ୍କୁ କାର୍ଯ୍ୟାଳୟକୁ ଡାକି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ଅପରପକ୍ଷରେ ଭୋଗରାଇ ତହସିଲଦାରଙ୍କୁ ଏଠାରୁ ବଦଳି କରିବାକୁ ବାଲେଶ୍ୱର ନିଖିଳ ଉତ୍କଳ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ ସଂଘ ଅଡ଼ି ବସିଥିବା ବେଳେ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିନାହଁି। ତେବେ ତହସିଲଦାରଙ୍କ ସ୍ତ୍ରୀ ଅର୍ପିତା ଭୋଗରାଇ ଥାନାରେ କରିଥିବା ମାମଲା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିବା ପରେ ସ୍ଥିତି ଜଟିଳ ହୋଇଛି।

ସୋମବାର ଜିଲା ନିଖିଳ ଉତ୍କଳ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ ସଂଘର ସମ୍ପାଦକ କମଳାକାନ୍ତ ବେହେରା, ସହସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଗୌରାଙ୍ଗ ଚରଣ ପରିଡ଼ା ଓ ଉପଦେଷ୍ଟା କାର୍ତ୍ତିକ ଚନ୍ଦ୍ର ନାୟକ ଭୋଗରାଇ ତହସିଲ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଏହି ଘଟଣାରେ କର୍ମଚାରୀ ସଂଘ ପକ୍ଷରୁ ଜିଲା ଓ ରାଜ୍ୟ ଉଚ୍ଚାଧିକାରୀ ଓ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/QFqS1QAA

📲 Get Balasore News on Whatsapp 💬