[balasore] - ନାଗୁଣି ଭୟ, ଘର ଛାଡ଼ିଲେ ପରିବାର

  |   Balasorenews

ଆରଡ଼ି, ୧୧।୩ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଷାଠିବାଙ୍କୁଡ଼ା ଗଁାରେ ଏକ ପରିବାର ନାଗୁଣୀ ଭୟରେ ଘର ଛାଡ଼ିଛନ୍ତି। ଉକ୍ତ ପରିବାର ଏବେ ପଡ଼ୋଶୀ ଘରେ ଆଶ୍ରୟ ନେଇଛନ୍ତି। ପରିବାରର ମୁଖ୍ୟ ଉତ୍ତମ ବିଶ୍ୱାଳଙ୍କ କହିବା ଅନୁସାରେ, ରବିବାର ରାତିରେ ତାଙ୍କ ସ୍ତ୍ରୀ ମଞ୍ଜୁଲତା ଠାକୁର ଘର ଭିତରେ ନାଗ ନାଗୁଣି ଖେଳୁଥିବାର ଦେଖିଥିଲେ। ଏ ସମ୍ପର୍କରେ ସେମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଯାଜପୁର ସ୍ନେକ ହେଲ୍ପ ଲାଇନକୁ ଫୋନ କରି ଡକାଯାଇଥିଲା। ସ୍ନେକ ହେପ୍ପଲାଇନର ୨ ଜଣ ସାପଧରାଳି ଉତ୍ତମଙ୍କ ଘରେ ରାତି ପ୍ରାୟ ସାଢ଼େ ଗୋଟାଏରେ ପହଞ୍ଚି ବହୁ ଖୋଜାଖୋଜି କରି ନାଗକୁ ଧରିବାରେ ସକ୍ଷମ ହୋଇଥିଲେ। ନାଗୁଣି କେଉଁଆଡ଼େ ଲୁଚିଯାଇଥିଲା। ୨ ସାପଧରାଳି ଘର ସାରା ମାଟି ଖୋଳି ଦେଇଥିଲେ ବି ନାଗୁଣିକୁ ଧରିପାରି ନ ଥିଲେ। ନାଗୁଣି ଦେଖା ମିଳିଲେ ଖବର ଦେବ କହି ସେମାନେ ନାଗକୁ ନେଇ ଚାଲିଯାଇଥିଲେ। ସୋମବାର ସକାଳଠାରୁ ସେହି ଘରେ ନଜର ରଖାଯାଇଥିଲେ ମଧ୍ୟ ନାଗୁଣୀର ପତ୍ତା ମିଳି ନାହିଁ। ନାଗୁଣି ଭୟରେ ପରିବାର ଲୋକେ ଘର ଛାଡ଼ି ଦେଇଛନ୍ତି। ନାଗୁଣି ଧରା ନ ପଡ଼ିବା ଯାଏ ଘରକୁ କେମିତି ଯିବେ ବୋଲି ଚିନ୍ତାରେ ପରିବାର। ଅନ୍ୟପକ୍ଷେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଉତ୍ତମ ପକ୍କାଘର କରିପାରି ନ ଥିବାବେଳେ ସାପ ଧରିବା ପାଇଁ ମାଟିଘର ଖୋଳି ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଏହି ପରିବାର ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଘର ମିଳିପାରି ନାହିଁ। ଏ ନେଇ ଉତ୍ତମ ଅଭିଯୋଗ କରିଆସୁଥିଲେ ବି ତାଙ୍କୁ ଘର ଯୋଗାଇ ଦିଆଯାଉ ନ ଥିବା ସେ କହିଛନ୍ତି। ନାଗୁଣିକୁ ଧରାଯିବା ସହ ଏହି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

ଫୋଟୋ - http://v.duta.us/lof_uAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/-8jchwAA

📲 Get Balasore News on Whatsapp 💬