[balasore] - ‘ସତ୍‌କର୍ମ ହିଁ ବାସ୍ତବ ଧର୍ମ’

  |   Balasorenews

ରୂପ୍‌ସା, ୧୧।୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ସାମିଲ ହସନପୁର ପଞ୍ଚାୟତ ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମର ୩୦ତମ ବାର୍ଷିକ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟଅତିଥି ‘ରେବତୀ’ ପତ୍ରିକାର ସମ୍ପାଦିକା ସାମାଜିକ କର୍ମୀ ସୁବାସିନୀ ଜେନା ଉତ୍ସବକୁ ଉଦ୍‌ଘାଟନ କରି କୁନି ପିଲାଙ୍କୁ ନିର୍ମାଣ କରିବା ମା’ବାପାଙ୍କର ଦାୟିତ୍ୱ ବୋଲି ବକ୍ତବ୍ୟରେ କହିଥିଲେ। ମୁଖ୍ୟବକ୍ତା ‘ବେଦପୀୟୁଷ’ ପତ୍ରିକାର ସମ୍ପାଦକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ମଣିଷର ସତକର୍ମ ହଁି ବାସ୍ତବ ଧର୍ମ ବୋଲି ମତବ୍ୟକ୍ତ କରିଥିଲେ।

ଆଶ୍ରମର ପ୍ରଧାନଆଚାର୍ଯ୍ୟ ବିଜୟ କୁମାର ଆର୍ଯ୍ୟ ପୌରୋହିତ୍ୟ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ସାହିତି୍ୟକ ସୃଷ୍ଟିଧର ପରିଡ଼ା, ସାମାଜିକ କର୍ମୀ ଅଞ୍ଜଳି ପଣ୍ଡା, ବଳରାମ ପାଢ଼ୀ, ପ୍ରାକ୍ତନଶିକ୍ଷକ ନିରଞ୍ଜନ ପଣ୍ଡାଶର୍ମା, ଶିଳ୍ପପତି ପ୍ରବୀର କୁମାର ପ୍ରଧାନ ଓ ସର୍ବେଶ୍ୱର ସାହୁ ପ୍ରମୁଖ ଯୋଗେଦେଇ ଗୁରୁକୁଳ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସରପଞ୍ଚ ସଞ୍ଜୟ କୁମାର ସେଠୀଙ୍କୁ ‘ଗାଁ ଗୌରବ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଥିଲା। ୩ ଦିନ ବ୍ୟାପୀ ଆୟୋଜିତ ଉତ୍ସବରେ ବିଶ୍ୱକଲ୍ୟାଣ ଯଜ୍ଞ, ଯୋଗ ପ୍ରାଣାୟମ, ବୈଦିକ ପ୍ରବଚନ, ବୃକ୍ଷରୋପଣ, ଗୋମାତା ପୂଜନ ଆଦି କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଆଚାର୍ଯ୍ୟ ଡ. ଦେବବ୍ରତଜୀ ଧର୍ମବାଣୀ ଶୁଣାଇଥିଲେ। ଆଶ୍ରମ ସଭାପତି ପଣ୍ଡିତ ବୀରେନ୍ଦ୍ର କର ଧନ୍ୟବାଦ ଦେଇଥିଲେ।

ଫୋଟୋ - http://v.duta.us/3HkyCwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/V5orpgAA

📲 Get Balasore News on Whatsapp 💬