[berahampur] - ଜି ଉଦୟଗିରିରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

  |   Berahampurnews

ଜି ଉଦୟଗିରି ୧୧।୩(ଡି ଏନ ଏ): କନ୍ଧମାଳ ଜିଲା ଜି ଉଦୟଗିରି ଏନ୍‌ଏସି ବ୍ରହ୍ମପୁର ବାଲିଗୁଡା ରାସ୍ତାର କନବାଗିରି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଜି ଉଦୟଗିରି ଥାନା କଟଡ଼ଗଣ୍ଡା ଗ୍ରାମର ବିଘ୍ନରାଜ ପ୍ରଧାନ(୪୦)। ସୋମବାର ସକାଳେ ରାସ୍ତାରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ସକାଳ ସାତଠାରୁ ଆଠଟା ପର୍ଯ୍ୟସ୍ତା ବ୍ରହ୍ମପୁର ବାଲିଗୁଡା ରାସ୍ତା ଅବରୋଧ କରିଥିଲେ। ଖବରପାଇ ଜି ଉଦୟଗିରି ପୋଲିସ, ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଥାନା ଆଇଆଇସି ଜୀବନାନନ୍ଦ ଜେନା ପ୍ରମୁଖ ପହଞ୍ଚି ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇଦେବାକୁ କହିବା ପରେ ରାସ୍ତା ଅବରୋଧ ହଟିଥିଲା। ଏ ନେଇ ଜି ଉଦୟଗିରି ପୋଲିସ କେଶ ନଂ. ୩୩/୧୯ ରେ ଏକ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଫୋଟୋ - http://v.duta.us/oSG7cAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/OE0RsgAA

📲 Get Berahampur News on Whatsapp 💬