[berahampur] - ବିଦ୍ୟୁତ୍‌ ଆଘାତରେ ରାଜମିସ୍ତ୍ରିଙ୍କ ମୃତ୍ୟୁ, ୨ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

  |   Berahampurnews

ଫଟୋ୧୧।୩(ଡି.ଏନ.ଏ.)-ଭଞ୍ଜନଗର ଥାନା ମୁଦୁଲିପଲ୍ଲୀ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ସୋମବାର ବିଦ୍ୟୁତ୍‌ ଆଘାତରେ ଜଣେ ରାଜମିସ୍ତ୍ରିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଜିଲୁଣ୍ଡି ଗ୍ରାମର ନାରାୟଣ ଗୌଡ଼। ଆହତ ଜିଲୁଣ୍ଡିର ଭିକାରି ବେହେରା ଓ ଜୟରାମ ପ୍ରଧାନଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାମ ପାଇଁ ନାରାୟଣ ଲୁହା ଛଡ଼ଗୁଡ଼ିକୁ ଟେକୁଥିବା ବେଳେ ତାହା କୋଠା ନିକଟ ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗିଯାଇଥିଲା। ଫଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ନାରାୟଣ ଗୁରୁତର ହୋଇପଡିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଭିକାରୀ ଓ ଜୟରାମ ଆହତ ହୋଇଥିଲେ । ଘଟଣାସ୍ଥଳରେ ନାରାୟଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଜିଲୁଣ୍ଡିରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ରାସ୍ତାରୋକୋ କରିବାରୁ କିଛି ସମୟ ପାଇଁ ଭଞ୍ଜନଗର-ବ୍ରହ୍ମପୁର ମୁଖ୍ୟରେ ଯାନବାହାନ ଚଳାଚଳ ବନ୍ଦ ଥିଲା । ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପ୍ରଶାସନ ପକ୍ଷରୁ ନାରାୟଣଙ୍କ ପରିବାରକୁ ତତ୍କାଳ ରେଡ଼କ୍ରସରୁ କିଛି ଅର୍ଥ ସହାୟତା ଯୋଗାଇ ଦିଆଯାଇଛି ।

ଫୋଟୋ - http://v.duta.us/xykGnwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/14hLXQAA

📲 Get Berahampur News on Whatsapp 💬