[berahampur] - ୬ ମାସ ହେଲା ସୋଲାର ପମ୍ପ ଜଳଯୋଗାଣ ବନ୍ଦ

  |   Berahampurnews

ବୁଗୁଡ଼ା,୧୧।୩(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ କନ୍ଧ ସିଙ୍ଗିପୁର ଗ୍ରାମରେ ପ୍ରାୟ ୬ ମାସ ହେଲା ସୋଲାର ପମ୍ପ ଜଳ ଯୋଗାଣ ବ୍ୟବସ୍ଥା ବନ୍ଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନଥିବା କହିଛନ୍ତି। ୨୦୧୭ରେ କେ.ସିଙ୍ଗିପୁରରେ ଅରେଡ଼ା କମ୍ପାନୀ ପକ୍ଷରୁ ଠିକା ମାଧ୍ୟମରେ ସୋଲାର ପମ୍ପ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୨ ବର୍ଷ ଗ୍ରାମବାସୀ ପାନୀୟ ଜଳ ପାଇଥିଲେ। ଏବେ ୬ ମାସ ହେବ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କେ.ସିଙ୍ଗିପୁରରେ ୪୦ ଆଦିବାସୀ ପରିବାର ବାସ କରୁଛନ୍ତି। ତେଣୁ ଶୀଘ୍ର ଏହାର ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମ୍ୟ ଜଳ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାଶ କହିଛନ୍ତି, ଜଳ ଯୋଗାଣ ବନ୍ଦ ନେଇ କୌଣସି ଅଭିଯୋଗ ଆସିନି। ଯେଉଁ କମ୍ପାନୀ ଏହାକୁ ନିର୍ମାଣ କରିଛି, ଉକ୍ତ ବ୍ୟବସ୍ଥାକୁ ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ସମୟ ଦିଆଯାଇଛି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ଖବର ଆସିଲେ ସେମାନେ ଏଥିପାଇଁ କମ୍ପାନୀର ଦୃଷ୍ଟି ଆକର୍ଷଣ କରନ୍ତି। ତଥାପି ସେ କମ୍ପାନୀକୁ ଜଳ ଯୋଗାଣ ବ୍ୟବସ୍ଥା ସ୍ବଭାବିକ କରିବାକୁ ଜଣାଇବେ ବୋଲି କହିଛନ୍ତି।

ଫୋଟୋ - http://v.duta.us/pKYXhwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ToEa5wAA

📲 Get Berahampur News on Whatsapp 💬