[odisha] - ନିର୍ବାଚନ ଆଚରଣ ବିଧି ଲାଗୁ କାଳିଆ ଯୋଜନାକୁ ପ୍ରଭାବିତ କରିବ ନାହିଁ : ଅର୍ଥମନ୍ତ୍ରୀ

  |   Odishanews

ଭୁବନେଶ୍ୱର: ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବ ନାହିଁ କାଳିଆ ଯୋଜନା। ଏ ନେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ଏହା ଏକ ନିରନ୍ତର ଯୋଜନା। ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍‌ କଥା ନୁହେଁ। ଯଦି ଏଥିରୁ କେହି ବଞ୍ଚିତ ହୋଇଛନ୍ତି ବା କାହା ନାମ ଏକାଧିକ ଥର ଆସିଛି, ତେବେ ସରକାର ସେଥିପାଇଁ ପଦକ୍ଷେପ ନେଉଛନ୍ତି। କୌଣସି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ। ତେଣୁ ଏହାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ସେହିପରି ପିଏମ୍‌ କିସାନ ଯୋଜନାରେ କେନ୍ଦ୍ରକୁ ଯେଉଁ ତାଲିକା ଦିଆଯାଇଥିଲା, କାହିଁକି ତା’ ମଧ୍ୟରୁ ତିନି ଚାରି ଲକ୍ଷ ହିତାଧିକାରୀଙ୍କ ନାମ ବାଦ୍‌ ପଡିଲା ତାହା ପ୍ରଥମେ ସ୍ପଷ୍ଟ କଲେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା କେନ୍ଦ୍ରକୁ ପଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।...

ଫୋଟୋ - http://v.duta.us/PekSQAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/6XJNHQAA

📲 Get Odisha News on Whatsapp 💬