[odisha] - ପେଟା ଘାଟିରୁ ଖସିଲା କାର୍‌, ତିନି ଆହତ

  |   Odishanews

ଜୟପୁର: ଗୋଟିଏ କାର୍‌ ଘାଟି ଉପରୁ ୨୫ ଫୁଟ ତଳକୁ ଖସିଲା । ସେଥିରେ ତିନି ଜଣ ଯାତ୍ରୀ ଥିଲେ। ଆଶ୍ଚର୍ଯ୍ୟର କଥା ତିନିଜଣଙ୍କର ଅବସ୍ଥା ବିଶେଷ ସାଂଘାତିକ ନୁହେଁ। ସେମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ତେବେ ଏହି ଘଟଣାରେ କାର୍‌ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ସମୟରେ ORO2 AD-2868 ହୁଣ୍ଡାଇ ଆଇ-ଟେନ୍‌ କାର୍‌ ଲମତାପୁଟ ଆଡୁ ଜୟପୁରକୁ ଆସୁଥିଲା। କୋଟାଜଙ୍କସନ୍‌ ନିକଟବର୍ତ୍ତୀ ପେଟା ଘାଟି ଉପରେ କାର୍‌ଟି ଭାରସାମ୍ୟ ହରାଇଥିଲା। ଏହାଫଳରେ କାର୍‌ ୨୫ ଫୁଟ୍‌ ତଳକୁ ଖସି ଯାଇଥିଲା।

ଏ ସଂପର୍କରେ ଖବର ପାଇ ନିକଟବର୍ତ୍ତୀ ଅଞ୍ଚଳର ଲୋକେ କାର୍‌ରେ ଥିବା ତିନି ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ଯାତ୍ରୀମାନଙ୍କର ଅବସ୍ଥା ସଂକଟାପନ୍ନ ନୁହେଁ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ପ୍ରାୟ ସପ୍ତାହକ ତଳେ ସେହି ସ୍ଥାନରେ ଏକ ୧୦ ଚକିଆ ଟ୍ରକ୍‌ ତଳକୁ ଖସିଯାଇଥିଲା।ଏହି ଦୁର୍ଘଟଣାରେ ତିନିଜଣଙ୍କର ପ୍ରାଣହାନି ଘଟିଥିଲା।

ଫୋଟୋ - http://v.duta.us/B8C_GQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/kqoHngAA

📲 Get Odisha News on Whatsapp 💬