[rayagada] - ନବରଙ୍ଗପୁର, ଡାବୁଗାଁ ବିଧାନସଭା ପ୍ରାର୍ଥୀ ପାଇଁ ଭାଜପାର ଗୁପ୍ତ ମତଦାନ

  |   Rayagadanews

ନବରଙ୍ଗପୁର,୧୧।୩(ବି.ପ୍ର): ନବରଙ୍ଗପୁର ଶ୍ରୀ କଲ୍ୟାଣ ମଣ୍ଡପଠାରେ ଭାଜପା ପକ୍ଷରୁ ନବରଙ୍ଗପୁର, ଡାବୁଗାଁ ଓ କୋଟପାଡ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଚୟନ ପାଇଁ ଗୁପ୍ତ ମତଦାନ କରାଯାଇଛି। ଦଳର କର୍ମକର୍ତ୍ତାମାନେ ଗୁପ୍ତ ବାଲାଟ ମାଧ୍ୟମରେ ସେମାନଙ୍କ ପସନ୍ଦର ପ୍ରାର୍ଥୀ ଚୟନ କରି ମତଦାନ ଦେଇଥିଲେ। ପ୍ରତିନିର୍ବାଚନ ମଣ୍ଡଳୀ ପାଇଁ ୩ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମ ସୁପାରିସ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଏମପି ଅନନ୍ତ ନାୟକ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ତାଙ୍କର ମନୋନୀତ ପ୍ରାର୍ଥୀ ଚୟନ କରି ଗୁପ୍ତ ଭୋଟ ଦେବାକୁ କହିଥିଲେ। ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସହ ପ୍ରଭାରୀ ସୁମନ୍ତ ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହୁଥିବା ରାଜ୍ୟ ସ୍ତରୀୟ କର୍ମକର୍ତ୍ତା, ଜିଲା ସ୍ତରୀୟ କର୍ମକର୍ତ୍ତା, ବିଭିନ୍ନ ମୋର୍ଚ୍ଚା କର୍ମକର୍ତ୍ତା, ମଣ୍ଡଳ ସଭାପତି ସାଧାରଣ ସମ୍ପାଦକ, ବିଧାନସଭା କ୍ଷେତ୍ରର କର୍ମକର୍ତ୍ତା, ନିର୍ବାଚିତ ଲୋକ ପ୍ରତିନିଧି ଓ ଦଳୀୟ ପରାଜିତ ପ୍ରାର୍ଥୀମାନେ ଯୋଗ ଦେଇ ମତଦାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସଭାପତି ଗୋବିନ୍ଦ ଜୈନ, ଉପସଭାପତି ଗଦାଧର ତ୍ରିପାଠୀ, ସତ୍ୟବାଦୀ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ପୂର୍ବତନ ଏମପି ପର୍ଶୁରାମ ମାଝୀ, ଲୋକସଭା ନିର୍ବାଚନ ମଣ୍ଡଳୀର ବିସ୍ତାରକ ଉପେନ୍ଦ୍ର ଭଟ୍ଟ, ଜିଲା ସାଧାରଣ ସମ୍ପାଦକ ମୃତ୍ୟୁଞ୍ଜୟ ଦାଶ, ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ କୁଞ୍ଜ ବିହାରି ଦାଶ, ଜୟପୁର ବିଧାନସଭା ମଣ୍ଡଳିର ପ୍ରଭାରୀ ଲଳିତ ଅଗ୍ରୱାଲ ପ୍ରମୂଖ ଯୋଗ ଦେଇଥିଲେ । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଭାବେ ଗୌରୀ ଶଙ୍କର ମାଝୀ, ବିରେନ୍ଦ୍ର ପୂଜାରୀ ଓ ଦିବାକର ପୂଜାରିଙ୍କ ନାମ ଆସିଥିଲା। ସେହିଭଳି ଡାବୁଗାଁ ନିର୍ବାଚନ ମଣ୍ଡଳୀର ପଦ୍ମନ ନାୟକ, ଡମୁ ଜାନୀ, ଭକଚାନ୍ଦ ମାଝୀଙ୍କୁ ଗୁପ୍ତ ଭୋଟ ଦିଆଯାଇଥିଲା । ଯାହା ସପକ୍ଷରେ ଅଧିକ ଭୋଟି ମିଳିବ ସେ ଭାଜପାର ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେବୋଲି ଜଣାପଡିଛି। କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳିୟ କର୍ମକର୍ତ୍ତା ମାନେ ସର୍ବସମ୍ମତି କ୍ରମେ ଦଳ ଯାହାକୁ ପ୍ରାର୍ଥୀ କରିବ ତାହାକୁ ସମସ୍ତେ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।

ଫୋଟୋ - http://v.duta.us/2vj7HAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_KUYngAA

📲 Get Rayagada News on Whatsapp 💬