[rayagada] - ମହିଳା ଦିବସରେ ସମ୍ମାନିତ ହେଲେ କମଳା

  |   Rayagadanews

କୋରାପୁଟ,୧୧।୩(ସ୍ବ.ପ୍ର.): ସୁନାବେଡ଼ା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପଦ୍ମଶ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଓ ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ଆଇସିସି ପକ୍ଷରୁ ଆୟୋଜିତ୍‌ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କମଳା କହିଥିଲେ, ଦେଶର ପ୍ରଗତି ପାଇଁ ପୁରୁଷଙ୍କ ଭଳି ମହିଳାଙ୍କ ସମାନ ଭାଗିଦାରୀ ହେବା ଜରୁରୀ। ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପାଲିତାଙ୍କ ଅଧ୍ୟକ୍ଷତା କରି କହିଥିଲେ, ମହିଳାଙ୍କ ବିନା କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ନୁହେଁ। ଉଭୟଙ୍କ ମିଳିତ ସହଯୋଗରେ ଦେଶର ବିକାଶ କ୍ରିୟାଶୀଳ ହେଉ। ମୁଖ୍ୟବକ୍ତା ଭାବେ କବି ଅପର୍ଣ୍ଣା ମହାନ୍ତି କହିଥିଲେ, ସମାଜରେ ନାରୀଙ୍କୁ ସମସ୍ତ କ୍ଷେତ୍ରରେ ସ୍ବାଧୀନତା ଦେଇ ଆଗକୁ ନିଆଯାଉ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଅସିତ ଦାସ, ଅଧ୍ୟାପିକା ମିନତି ସାହୁ, ବିଶ୍ୱବିଦ୍ୟାଳୟ ଲୋକ ସଂପର୍କ ଅଧିକାରୀ ଫଗୁନାଥ ଭୋଇ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଆଇସିସିର ଡ. ଶତାବ୍ଦୀ ବେହେରା ଓ ବିଜୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଫୋଟୋ - http://v.duta.us/HUH4xAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ZaxJJAAA

📲 Get Rayagada News on Whatsapp 💬