[sambalpur] - ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବିକ୍ଷୋଭ

  |   Sambalpurnews

ଲୋଇସିଂହା,୧୧।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହ ବ୍ଲକର ଗରିବ ଏବଂ ଭତ୍ତା ହିତାଧିକାରୀ ସଂଗଠନ ପକ୍ଷରୁ ବ୍ଲକ ପରିସରରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ା ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ଗଣତାନ୍ତ୍ରିକ ରାଷ୍ଟ୍ରର ସାମ୍ବିଧାନିକ ଅଧିକାର ଅନୁଯାୟୀ ପ୍ରତ୍ୟେକ ନାଗରିକର ମର୍ଯ୍ୟାଦା ଭାବେ ବଞ୍ଚତ୍ବାର ଅଧିକାରକୁ ସ୍ବୀକୃତି ଦିଆଯାଇଛି ା ଏହା ସତ୍ୱେ ସମାଜରେ ଗରିବ ଲୋକେ ଦୁଇ ଓଳି ଖାଇବା ପାଇ ସଂର୍ଘଷ କରୁଛନ୍ତି। ଏଣୁ ମୁଣ୍ଡ ପିଛା ୫ କେଜି ଚାଉଳ ବଦଳରେ ୨୫କେଜି, ୫ କେଜି ଡାଲି, ଚିନି, କିରୋସିନ ଓ ୨କେଜି ଆୟୋଡିନ ଲୁଣ ସରକାର ଯୋଗାଇ ଦେବାକୁ ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ା ବ୍ଲକ ପରିସରରେ ସଂଗଠନ ପକ୍ଷରୁ ଉଜଲ ସେନାପତିଙ୍କ ସଂଯୋଜାନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ା ବନିତା ପଧାନ, ଲିଲି ମାହାଣା, ଅଜିତ ବେହେରା, ସିନ୍ଧୁ କୁମାରୀ ଝାଙ୍କର, ଦହିତ ବିଭାର ପ୍ରମୁଖ ବକ୍ତବ୍ୟ ରଖିଥିଲେ ା ସେମାନେ କହିଥିଲେ ଯେ, ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବହୁ ଲୋକେ ବଞ୍ଚତ୍ତ ରହୁଛନ୍ତି, ଯାହା ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରୁଛି। ଲୋଇସିଂହା ନୂଆପଡା, ଢୋଲମହୁଲ ସମେତ ସୁଜିଆ ରାସ୍ତାରେ ରହୁଥିବା କେତେକ ପରିବାର ପାନୀୟ ଜଳ ସମସ୍ୟା, ପୁଟାପାଲି ବିପିଏଲ ବିଦ୍ୟୁତ ସେବ ଅଧୁରାକୁ ନେଇ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା ା ଲୋଇସିଂହା ପଞ୍ଚାୟତ ଅଧୀନ କର୍ଲିପାଟ ଗ୍ରାମବାସୀ ଦୂଷିତ ପାନୀୟ ଜଳ ପିଇ କଡନୀ ରୋଗରେ ମୃତ୍ୟୁ ମୁଖରେ ପଡୁଥିବାରୁ ଉଦବେଗ ପ୍ରକାଶ ପାଇଥିଲା ା ଏ ଦିଗରେ ଜିଲା ପ୍ରଶାସନର ଉଦାସୀନତକେୁ ନେଇ କ୍ଷୋଭ ପ୍ରକାଶ ମଧ୍ୟ ପାଇଥିଲା ା ସଭାସ୍ଥଳକୁ ବିଡିଓ ଖାଡିଆ ଆସି ସ୍ମାରକପତ୍ର ଗ୍ରହଣ କରି ଜିଲାପାଳଙ୍କ ଜରିଆରେ ପଠାଇବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ ା

ଫୋଟୋ - http://v.duta.us/yeuP8AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/UPfvvwAA

📲 Get Sambalpur News on Whatsapp 💬