[sambalpur] - ମଣ୍ଡି ବନ୍ଦ: ଚାଷୀ କଲେ ରାଜପଥ ଅବରୋଧ

  |   Sambalpurnews

ଜହ୍ନାପଙ୍କ,୧୧।୩(ଡି.ଏନ.ଏ.):ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ସେବା ସମବାୟ ସମିତିରେ ଫେବୃଆରୀ ୧୯ତାରିଖରୁ ଧାନ ମଣ୍ଡିଗୁଡିକୁ ବନ୍ଦ କରିଦିଆଯାଇଛି । ଫଳରେ ଏହି ଅଞ୍ଚଳର ଚାଷୀମାନେ ସେମାନଙ୍କ ଅମଳ ଧାନ ବିକ୍ରି କରିପାରିନାହାନ୍ତି । ଅନ୍ୟପକ୍ଷେ ବ୍ୟବସାୟୀମାନେ ସକ୍ରିୟ ହୋଇପଡିଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ଚାଷୀମାନେ ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥର ତେଲିବନ୍ଧଠାରେ ଧାନବସ୍ତା ରଖି ସୋମବାର ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ । ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା । ଘଟଣାସ୍ଥଳରେ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ପହଞ୍ଚି ଆନ୍ଦୋଳନରତ ଚାଷୀମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ କହିବାରୁ ରାସ୍ତାରୋକୋ ହଟିଥିଲା । ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନଙ୍କ ଉପସ୍ଥିତିରେ ଆଲୋଚନା ପରେ ଚାଷୀମାନଙ୍କ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଥିଲା। ଏହି ଦାବିକୁ ଜିଲାପାଳଙ୍କୁ ଅବଗତ କରାଇ ଏହାର ବିହିତ ପଦକ୍ଷେପ ନେବାକୁ ଯୋଗାଣ ଅଧିକାରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ରାସ୍ତାରୋକରେ କୃଷକନେତା ଭୋଳାଗିରି ସାହୁ, ବିଶିକେଶନ ପ୍ରଧାନ, ସନ୍ତୋଷ ମେହେର, ରବୀନ୍ଦ୍ର ମେହର, ତ୍ରିପୁରାରୀ ମହାକୁଡ, ସହଦେବ ବେଜୀ, ନିତ୍ୟାନନ୍ଦ ସାହୁ, ନିର୍ମଳ କୁମାର ସାହୁ, ଗୁପ୍ତେଶ୍ୱର ମେହେର, ସୁରେଶ ନାଏକ, ମୋହନ ସାହୁ, ନଳିନୀ କର୍ଣ୍ଣ, ନିତ୍ୟାନନ୍ଦ କର୍ଣ୍ଣ, ସ୍ବାଧୀନ ବାରିକ ପ୍ରମୁଖ ୫୦ରୁ ଊଦ୍ଧର୍‌ବ ଚାଷୀ ସାମିଲ ହୋଇଥିଲେ । ଆଗାମୀ ୫ଦିନ ମଧ୍ୟରେ ଯଦି ଏହାର ସମାଧାନ କରା ନ ଯାଏ ତେବେ ପୁଣି ରାସ୍ତାରୋକୋ ସହିତ ଭୋଟ ବର୍ଜନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି । ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ଦ୍ୱାରିକାନାଥ ସେଠୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

ଫୋଟୋ - http://v.duta.us/xu-X_wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/yf6-BQAA

📲 Get Sambalpur News on Whatsapp 💬