[odisha] - ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ସୁରକ୍ଷା! ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ କସରତ ଆରମ୍ଭ

  |   Odishanews

ଭୁବନେଶ୍ବର: କାହାକୁ ମିଳିବ ଟିକେଟ? କିଏ ବାଦ ପଡିବ? ଚିଟଫଣ୍ଡରେ ସାମିଲ ଥିବା େନତାଙ୍କୁ ଟିକେଟ୍ ମିଳିବ କି? ଯେଉଁ ମାେନ େଜଲ୍ ଯାଇଛନ୍ତି କେବଳ ସେମାନଙ୍କ ଟିକେଟ୍ କଟିବ ନା େନାଟିସ ପାଇଥିଲେ ବି ଟିକେଟ୍ କାଟିଦିଆଯିବ? େଯଉଁମାନଙ୍କୁ ସିବିଆଇ ଜେରା କରିସାରିଛି, ତାଙ୍କ ଟିକେଟ୍ କଟିବନି?

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନବୀନ ନିବାସରେ ମୁଖିଆ ନବୀନ ପଟ୍ଟନାୟକ କସରତ ଆରମ୍ଭ କରିବା ପରେ ଏମିତି ପୁଳା ପୁଳା ପ୍ରଶ୍ନ ଏବେ ବିେଜଡି ଶିବିରରେ ଆେଲାଡନ ସୃଷ୍ଟି କଲାଣି। ଏସବୁ େନତାଙ୍କୁ ଟିକେଟ୍ ମିଳିବ କି ନାହିଁ, କର୍ମୀ ଦ୍ବନ୍ଦ୍ବରେ, େଭାଟର ବି। ସେପଟେ ଉପକୂଳ ଓ ଉତ୍ତର ଓଡ଼ିଶାର ବିେଜଡି େନତାମାେନ ଚିଟଫଣ୍ଡ ଜାଲରେ ଛନ୍ଦି େହାଇଥିବା କାରଣରୁ ଏହି ଦୁଇ ପର୍ଯ୍ୟାୟ ଟିେକଟ୍ ଆବଣ୍ଟନ ପ୍ରକ୍ରିୟାରେ ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରାଯିବ ସେ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ମୁଖିଆ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େସାମବାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୯ େଲାକସଭା ଏବଂ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ େଘାଷଣା କରିଛନ୍ତି। ଦଳୀୟ କନ୍ଦଳ ଏଭଳି ସ୍ଥିତିରେ ଅଛି େଯ ଏହି ଦୁଇ ପର୍ଯ୍ୟାୟର ଆହୁରି ୯ଟି ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା େଘାଷଣା େହାଇପାରିନାହିଁ। କନ୍ଧମାଳଠାରୁ ସୁନ୍ଦରଗଡ, କଳାହାଣ୍ଡି ଠାରୁ ମାଲକାନଗିରି ଯାଏ ସବୁଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକାଧିକ େନତା ଦଳ ଛାଡିସାରିଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷର ମଙ୍ଗ ଧରିବାକୁ ଯାଇ ଆଜି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ମୁଆଁ ଧରାଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାରଳାଖେମୁଣ୍ଡିର ଅସନ୍ତୁଷ୍ଟ େନତା କେ ନାରାୟଣ ରାଓଙ୍କୁ ତୁରନ୍ତ ଭୁବନେଶ୍ବର ଆସି ଆେଲାଚନା କରିବା ଲାଗି କୁହାଯାଇଛି।...

ଫୋଟୋ - http://v.duta.us/TZ1ZAQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/lzRVggAA

📲 Get Odisha News on Whatsapp 💬