[anugul-dhenkanal] - ମଦମୁକ୍ତ ଓଡ଼ିଶା ଦାବିରେ ସ୍ମାରକପତ୍ର

  |   Anugul-Dhenkanalnews

ଢେଙ୍କାନାଳ ଅଫିସ,୫ା୩ଢେଙ୍କାନାଳ ସହରରେ ସୋମବାର ମଧ୍ୟାହ୍ନରେ ମିଳିତ ଓଡ଼ିଶା ନିଶା ନିବାରଣ ଓ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାରେ ମଦମୁକ୍ତ ଓଡ଼ିଶା ଦାବିରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ା ଗତ ଫେବୃୟାରୀ ୨୩ରୁ ଏହି ଶୋଭାଯାତ୍ରା ଭୁବନେଶ୍ୱରରୁ ବାହାରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ଆଦି ପରିକ୍ରମା କରିବା ପରେ ଢେଙ୍କାନାଳରେ ପହଞ୍ଚିଥିଲା ା ଜିଲାର କଙ୍କଡାହାଡ ଓ କାମାକ୍ଷାନଗରରେ ଜନସଚେତନତା କରିବା ପରେ ମଧ୍ୟାହ୍ନରେ ସହରସ୍ଥିତ ବାଜିଚୌକ ଶହୀଦ ମୀନାରଠାରୁ ପଥପ୍ରାନ୍ତ ସଭା ମାଧ୍ୟମରେ ନିଶା ନିବାରଣ ସଂଗଠନର ସଦସ୍ୟମାନେ ସରକାର ମଦ ପ୍ରସାର କରି ଜନବିରୋଧୀ କାର୍ଯ୍ୟ କରୁଥିବା ନେଇ ଜନସାଧାରଣଙ୍କୁ କହିଥିଲେ। ତୁରନ୍ତ ୧୯୫୬ରେ ଗୃହୀତ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନକୁ ଅବିଳମ୍ବେ ସରକାର କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଥିଲା। ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ, ବିଜୟ ସ୍ବାଇଁ, କନକ ଭଞ୍ଜ, ଅମ୍ବୁଜ ସାମନ୍ତରା, ଜୟନ୍ତୀ ବିଶ୍ୱାଳ, ମଳୟ ଷଡଙ୍ଗୀ, ଯୁବବାହିନୀ ଆବାହକ ସତ୍ୟବ୍ରତ ପୃଷ୍ଟି ପ୍ରମୁଖ ଏଥିରେ ସହଯୋଗ କରିଥିଲେ ା ସରୋଜ ଶତପଥୀ, ପ୍ରଦୀପ ପ୍ରଧାନ, ସ୍ମିତା ସାମଲ, ଅନ୍ତର୍ଯ୍ୟାମୀ ରଥ, ବନିତା ସାମଲ ଓ ରାଜୀବ କର ପ୍ରମୁଖ ସାମିଲ ହୋଇଥିଲେ।

ଫୋଟୋ - http://v.duta.us/gi_IuQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/JMSOQwAA

📲 Get Anugul-dhenkanal News on Whatsapp 💬