[anugul-dhenkanal] - ଲୁହରେ ଭିଜିଲା ଶଙ୍କରପୁର : ପୋଲିସ ଭ୍ୟାନ୍‌ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

  |   Anugul-Dhenkanalnews

ଝାରସୁଗୁଡା ଅଫିସ/ଭାପୁର,୫ା୩ ଝାରସୁଗୁଡା ଜିଲା ବେଲପାହାଡଠାରେ ଗତ ୧ ତାରିଖରେ ଘଟିଥିବା ଓଏସ୍‌ଏପି ଯବାନଙ୍କ ଭ୍ୟାନ୍‌ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଭୋର ୪ଟାରେ ବୁର୍ଲା ଭିମ୍‌ସାର ଆଇସିୟୁରେ ଚିକିତ୍ସାଧୀନଥିବା ଢେଙ୍କାନାଳ ଜିଲା ସଦର ଥାନା ଶଙ୍କରପୁର ଗ୍ରାମର ବିପ୍ରବର ସାହୁ (୧୯)ଙ୍କ ମୃତ୍ୟୁ ଘଟିଛି। ସେ ଗଜପତି ୩ୟ ଏସ୍‌.ଏସ୍‌. ବାଟାଲିଆନରୁ ଟ୍ରେନିଂ ପାଇ ଝାରସୁଗୁଡା ଦ୍ୱିତୀୟ ବାଟାଲିୟନକୁ ଆସିଥିଲେ। ଝାରସୁଗୁଡା ଓଏସ୍‌ଏପି ଓ ତାଙ୍କ ଗଁାରେ ଏହି ଖବର ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଥିଲା। ବୁର୍ଲାରେ ବିପ୍ରବରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସମ୍ମାନର ସହ ଜନ୍ମସ୍ଥାନକୁ ପଠାଯାଇଥିଲା ବୋଲି ସହକାରୀ କମାଣ୍ଡାଣ୍ଟ ଏମ୍‌. ସାଇ କହିଛନ୍ତି। ଅନ୍ୟପକ୍ଷରେ ଯବାନଙ୍କ ମୃତଦେହ ଗଁାରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଘଟିପିରିଠାରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଶଙ୍କରପୁର ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ସମୟରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସନ୍ଧ୍ୟାରେ ପୋଲିସ ପ୍ରଶାସନ ପକ୍ଷରୁ ଶଶ୍ମାନରେ ତାଙ୍କୁ ଶେଷ ସମ୍ମାନ ଦିଆଯାଇଥିଲା। ଗତ ୭ମାସ ତଳେ ବିପ୍ରବର ପୋଲିସ ଚାକିରିରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ମାର୍ଚ୍ଚ ୧ରେ ବନହାରପାଲିଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା। ସୁରକ୍ଷାରେ ନିୟୋଜିତ ୩୨ ଜଣ ଯବାନଙ୍କୁ ନେଇ ଏକ ଭ୍ୟାନ ବନହରପାଲି ଅଭିମୁଖେ ଯାଉଥିବା ବେଳେ ସକାଳ ୬.୩୦ରେ ବେଲପାହଡ ବାଇପାସ ଜାତୀୟ ରାଜପଥ ୪୯ରେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୨ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ୨୬ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ଫୋଟୋ - http://v.duta.us/p_7flAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/NI5LBAAA

📲 Get Anugul-dhenkanal News on Whatsapp 💬