[balasore] - ଅପହୃତା ନାବାଳିକା ବାରିପଦାରୁ ଉଦ୍ଧାର

  |   Balasorenews

ବାଲେଶ୍ୱର ଅଫିସ, ୫।୩-ବାଲେଶ୍ୱର ଟାଉନ ଥାନା ମାନସିଂବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ସୋମବାର ସନ୍ଧ୍ୟାରୁ ଅପହରଣ କରିନିଆଯାଇଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାର ତଦନ୍ତ କରି ମଙ୍ଗଳବାର ଉକ୍ତ ନାବାଳିକାଙ୍କୁ ବାରିପଦାରୁ ଉଦ୍ଧାର କରିଥିଲେ ମଧ୍ୟ ଅପହରଣକାରୀ ଯୁବକ ଚତୁରତାର ସହ ଖସି ପଳାଇଯାଇଥିବା ଜଣାପଡିଛି।

ନାବାଳିକା ଜଣକ ସୋମବାର ସନ୍ଧ୍ୟାରେ ଜାଗର ଦେଖିବା ପାଇଁ ନିକଟସ୍ଥ ନାଥପାଣି ମନ୍ଦିରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କ ମା’ ଖୋଜାଖୋଜି କରିଥିଲେ। ମନ୍ଦିର, ପଡ଼ୋଶୀ, ସମ୍ପର୍କୀୟଙ୍କ ଘରେ ବହୁ ଖୋଜଖୋଜି କରିବା ପରେ ମଧ୍ୟ ନ ମିଳିବାରୁ ତାଙ୍କ ମା’ ମଙ୍ଗଳବାର ଟାଉନ୍‌ ଥାନାରେ ଝିଅକୁ ମାନସିଂବଜାର ଅଞ୍ଚଳର ଜଣେ ଯୁବକ ଅପହରଣ କରିନେଇଥିବା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନାଧିକାରିଣୀ ସରୋଜିନୀ ନାୟକ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଉକ୍ତ ଯୁବକଙ୍କ ପରିବାର ଏବଂ ଅନ୍ୟମାନଙ୍କ ସହାୟତାରେ ନାବାଳିକାଙ୍କୁ ବାରିପଦାରୁ ଉଦ୍ଧାର କରିଥିଲା।

ଫୋଟୋ - http://v.duta.us/nHvi4wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/yMdcVAAA

📲 Get Balasore News on Whatsapp 💬