[berahampur] - ଗଞ୍ଜାମ ଜିଲା କଂଗ୍ରେସର ଅଭିଯୋଗ : ଜାନିବିଲି ପାଣିକୁ ନେଇ ବିଜେଡି ରାଜନୀତି କରୁଛି

  |   Berahampurnews

ବ୍ରହ୍ମପୁର ଅଫିସ,୫ା୩-ଜାନିବିଲି ଜଳଯୋଗାଣ ପ୍ରକଳ୍ପକୁ ନେଇ ବିଜେଡି ରାଜନୀତି କରୁଛି। ବ୍ରହ୍ମପୁରବାସୀଙ୍କ ଦୀର୍ଘ ୩ ଦଶନ୍ଧିର ଲଢ଼େଇ ଯୋଗୁ ଏହି ଯୋଜନା କରାଯାଇଛି। ଏଥିପାଇଁ ୪ ଶତାଧିକ କୋଟି ଟଙ୍କା ଜାପାନର ଏକ ବ୍ୟାଙ୍କରୁ ଋଣ ଅଣାଯାଇଛି। ସୁଧ ସହ ମୂଳ ଟଙ୍କା ବିଭିନ୍ନ ଭାବରେ ମହାନଗରବାସୀ ଗଣିବାକୁ ପଡ଼ିବାର ସ୍ପଷ୍ଟ ହୋଇଛି। ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଏଭଳି ସଙ୍ଗିନ ଅଭିଯୋଗ କରାଯାଇଛି। ଅପରପକ୍ଷେ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଭୋଟ ରାଜନୀତି ପାଇଁ ତରବରିଆ ଭାବେ ଲୋକାର୍ପଣ କରାଯାଇଥିବା କଡ଼ା ସମାଲୋଚନା କରିଛି କଂଗ୍ରେସ। ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ସୋମବାର ଆହୁରି କହିଛନ୍ତି, ୩ ବର୍ଷ ତଳେ ହଳଦିଆପଦର ବସ୍‌ ଟର୍ମିନାଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା। ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ନ ହୋଇ ଫାଟକରେ ତାଲା ଝୁଲୁଛି। ଆଉ କେତେକ ପ୍ରକଳ୍ପ କେବଳ ଶିଳାନ୍ୟାସରେ ସୀମିତ ରହିଛି। ନିର୍ବାଚନ ବେଳକୁ ବ୍ରହ୍ମପୁର ବିକାଶ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ୁଛି। ଅଧାପନ୍ତରିଆ କାର୍ଯ୍ୟ ତାଙ୍କ ଦ୍ୱାରା ଲୋକାର୍ପିତ କରାଇ ଦଳର ସ୍ଥାନୀୟ ନେତା ବାହାବା ନେଉଥିବା ପଣ୍ଡା କଟାକ୍ଷ କରିଛନ୍ତି। ଏଭଳି ସ୍ଥିତିରେ ଏବେ ଜାନିବିଲି ପାଣିକୁ ନେଇ ବିଜେଡି ରାଜନୀତି ନ କରିବାକୁ କଂଗ୍ରେସ ଚେତାବନୀ ଦେଇଛି। ଜାନିବିଲି ପ୍ରକଳ୍ପର ଠିକା ସଂସ୍ଥା ପାଇପ ଲାଇନ ବିଛାଇବା ପାଇଁ ସମସ୍ତ ରାସ୍ତା ଖୋଳି କଦର୍ଯ୍ୟ କରି ଦେଇଛି। ସେସବୁ ତୁରନ୍ତ ପୁନରୁଦ୍ଧାର ନ କଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜୋରଦାର ହେବା ସତର୍କ କରି ଦେଇଛନ୍ତି କାର୍ଯ୍ୟକାରୀ ସଭାପତି ।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/o1ySjAAA

📲 Get Berahampur News on Whatsapp 💬