[berahampur] - ପାଇପ୍‌ ଜଳ ଯୋଗାଣ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

  |   Berahampurnews

ବ୍ରହ୍ମପୁର ଅଫିସ,୫ା୩-ଓଡ଼ିଶା ପାଇପ୍‌ ଜଳ ଯୋଗାଣ କର୍ମଚାରୀଙ୍କ ୪ ଦଫା ଦାବି ପୂରଣ ନେଇ ମଙ୍ଗଳବାର ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ହୋଇଛି। ଏନେଇ ଗତ ଶନିବାର ବିଳମ୍ବିତ ରାତିରେ ସଂଘ କର୍ମକର୍ତ୍ତା ଓ ରାଜ୍ୟ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏସ୍‌. ଲକ୍ଷ୍ମୀପତିଙ୍କ ସହ ଆଲୋଚନା ହୋଇଥିଲା ା ଆଲୋଚନା ବେଳେ ଯନ୍ତ୍ରୀ ଏକମାସ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ା ଏହା ପରେ ଆନ୍ଦୋଳନକୁ ଏକ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ସଂଘ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ା ଯଦି ମାସକ ମଧ୍ୟରେ ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ନ ନିଅନ୍ତି ସଂଘ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ନେଇ ରାଜ୍ୟ ସଭାପତି ଉମାକାନ୍ତ ନନ୍ଦ ଚେତାବନୀ ଦେଇଛନ୍ତି ା ଉକ୍ତ ଆଲୋଚନାରେ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଆମ୍ବିରୀ ଜେନା, କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ସ୍ବାଇଁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳ ଯୋଗାଣ ବିଭାଗରେ ୧୯୯୩ ପରବର୍ତ୍ତୀ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଜଳଯୋଗାଣ କାର୍ଯ୍ୟରେ ନିୟୋଜିତ ଏସ୍‌ଇଏମ୍‌ ଓ ଠିକା କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଘୋଷିତ ଉଚ୍ଚ କୁଶଳୀ ଶ୍ରମିକ ଭଳି ମଜୁରି ପ୍ରଦାନ, ସମସ୍ତ ୱାର୍କଚାର୍ଜ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହ ସେମାନଙ୍କୁ ପେନସନଭୁକ୍ତ କରିବା ଏବଂ ସପ୍ତମ ବେତନ କମିଶନ ସୁପାରିସ ପ୍ରକାରେ ଦରମା ପ୍ରଦାନ କରିବା ପ୍ରମୁଖ ଦାବି ନେଇ ଓଡିଶା ପାଇପ ଜଳ ଯୋଗାଣ କର୍ମଚାରୀମାନେ ଫେବୃୟାରୀ ୨୮ରେ ଜନସ୍ବାସ୍ଥ୍ୟ ବିଭାଗ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ଦାବି ପୂରଣ ନ ହେଲେ ମାର୍ଚ୍ଚ ୫ରେ ଧର୍ମଘଟ କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ା

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3e3uMQAA

📲 Get Berahampur News on Whatsapp 💬