[berahampur] - ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

  |   Berahampurnews

ପୋଲସରା,୪।୩(ଡି.ଏନ.ଏ.)- ପୋଲସରା ବ୍ଲକ ଜକର ଗ୍ରାମପଞ୍ଚାୟତ ଜକର ଗ୍ରାମରେ ସୋମବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ସରିତା ସାମନ୍ତରା। କବିସୂର୍ଯ୍ୟନଗର ଥାନାଧିକାରୀ ତପନ କୁମାର ପତି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଆଗରେ ସରିତାଙ୍କ ଅଜା ବିଜୟ କୁମାର ସାହୁ କହିବା ସହ ଥାନାଧିକାରୀ ପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏତଲା ଅନୁଯାୟୀ, ୪ ବର୍ଷ ପୂର୍ବେ ଜକର ଗ୍ରାମରେ ସରିତାଙ୍କ ବିବାହ ହୋଇଥିଲା। ତାଙ୍କର ୩ ବର୍ଷର ସନ୍ତାନଟିଏ ମଧ୍ୟ ଅଛି। ବିବାହ ପରଠାରୁ ଅଧିକ ଯୌତୁକ ଆଣିବା ଲାଗି ଦାବି କରିବା ସହ ବିଭିନ୍ନ ସମୟରେ ଶ୍ୱଶୁର ଘର ଲୋକେ ମାରପିଟ୍‌ ମଧ୍ୟ କରୁଥିଲେ। ଅଧିକ ଯୌତୁକ ଦାବି କରି ମୋ ନାତୁଣୀଙ୍କୁ ହତ୍ୟା କରିଥିବା ନେଇ ଥାନାରେ ବିଜୟ ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତିକରି ପୋଲିସ ନଂ. ୫୧/୧୯ରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବାଲିଛାଇ ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ ସୂଚନା ଦେଇଛନ୍ତି। ଉକ୍ତ ଘଟଣାରେ ସରିତାଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇଛି। ଘଟଣାସ୍ଥଳରେ ଉପଖଣ୍ଡ ଅଧିକାରୀ ନିମାଇଁ ଚରଣ ସେଠୀ, ଅତିରିକ୍ତ ତହସିଲଦାର ଅଶୋକ କୁମାର ପ୍ରଧାନ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/6xY-awAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/StiPlAAA

📲 Get Berahampur News on Whatsapp 💬