[odisha] - ଲୋକେ ପ୍ରସ୍ତୁତ କରିବେ ବିଜେଡି ଇସ୍ତାହାର; ‘ଘରେ ଘରେ ଶଙ୍ଖ’: ଶୁଭାରମ୍ଭ କରିବେ ନବୀନ

  |   Odishanews

ଭୁବନେଶ୍ବର : ବିଜୁ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ଜୋର ଧରିଛି। ପୁଣି ଏଥରକ ନିଆରା ଢଙ୍ଗରେ ନିର୍ବାଚନକୁ ଓହ୍ଲାଇବାକୁ ଚାହିଁଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ। ଦଳ ଦାବି କରିଛି, ଗତଥର ନିର୍ବାଚନ ଲଢିବା ବେଳେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରିଛି। ଏଥିସହିତ ଏଥର ଲୋକଙ୍କ ଠାରୁ ମତାମତ ସଂଗ୍ରହ କରି ଇସ୍ତାହାର ପ୍ରସ୍ତୁତ କରିବାକୁ ଯୋଜନା କରିଛି ଦଳ।

‘ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’’ ଅଭିଯାନକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀରୁ ଦଳ ସଭାପତି ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ସୋମବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଅରୁଣ ସାହୁ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମୀନତି ବେହେରା ଏହି ସୂଚନା ଦେଇଛନ୍ତି।

ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁ କହିଥିଲେ, ଆସନ୍ତାକାଲିଠାରୁ ବିଜେଡି ଏକ ଅଭିନବ ଲୋକାଭିମୁଖୀ ପଦକ୍ଷେପ ସ୍ବରୁପ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ, କାର୍ଯ୍ୟକ୍ରମ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର୍ଯ୍ୟକର୍ତ୍ତା ରାଜ୍ୟର ୮୬ ଲକ୍ଷ ପରିବାରଙ୍କ ପାଖକୁ ଯାଇ ଲୋକେ ସରକାରଙ୍କଠୁ କଣ ଆଶା ରଖନ୍ତି, ତାର ଲମ୍ବା ତାଲିକା ପ୍ରସ୍ତୁତ କରିବେ। ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ମତାମତ ଆଧାରରେ ବିଜେଡି ଆଗାମୀ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ। ଏହି ଅଭିଯାନକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଶୁଭାରମ୍ଭ କରିବେ। ଏହି ମତାମତ ସଂଗ୍ରହ ଅଭିଯାନ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ଯାଏ ଚାଲିବ ବୋଲି ଆପାତତଃ ସ୍ଥିର କରାଯାଇଛି।...

ଫୋଟୋ - http://v.duta.us/ubD15gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/PW7kPQAA

📲 Get Odisha News on Whatsapp 💬