[rayagada] - ରାସ୍ତା ପାଇଁ ଭୋଟ୍‌ ବର୍ଜନ ଚେତାବନୀ ଦେଲେ ତାଲଗୁଡାବାସୀ

  |   Rayagadanews

ଦଶମନ୍ତପୁର,୫।୩(ଡି.ଏନ୍‌.ଏ.): ଗିର୍ଲିଗୁମ୍ମା ପଞ୍ଚାୟତ ତାଲଗୁଡ଼ା ଗ୍ରାମ ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ) ଅଧୀନରେ ଏଠାକୁ ରାସ୍ତା ସଂଯୋଗ ହୋଇପାରୁ ନାହିଁ। ଅଞ୍ଚଳର ଦୀର୍ଘଦିନର ଏହି ଦାବି ନେଇ ସ୍ଥାନୀୟ ଲୋକେ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ରଜନୀକାନ୍ତ ଦାଶଙ୍କୁ ଦାବିପତ୍ର ଦେଇଛନ୍ତି। ଆର୍‌ଡି ଛକଠାରୁ ତାଲଗୁଡ଼ା ଗ୍ରାମ ୭ କିମି ୫୦୦ ମିଟର ଦୂରରେ ରହିଛି। ଗତ ଦଶହରା ମାସରେ ଆର୍‌ଡି ଛକଠାରୁ ମାତ୍ର ୪ କିମି ୫୦୦ ଦୂରତାରେ ଥିବା ରୋହିଆମ୍ବ ଗ୍ରାମ ପର୍ଯ୍ୟନ୍ତ ଏହି ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୋହିଆମ୍ବ ଗ୍ରାମଠାରୁ ତାଲଗୁଡ଼ା ଆଉ ୩ କିମି ଥିବାବେଳେ ଏହି ଗାଁକୁ ରାସ୍ତା ହୋଇପାରୁ ନାହିଁ। ଏଠାକାର ୩୦ଟି ପରିବାର ପୋଡୁଚାଷ କରି ଜୀବନ ଓ ଜୀବିକା ନିର୍ବାହ କରୁଛନ୍ତି। ଏହି ରାସ୍ତା ଉପରେ ମଧ୍ୟ କାଶୀପୁର ବ୍ଲକର ତେନ୍ତୁଳିପଦର, ମାଣ୍ଡିଗାଁ, ଖୋମପଦର, ଶିସ୍‌ପାସ୍‌, ଭେଣ୍ଡିଆଯୋଡ଼ି, ଗୋଦଳୀଖୋଲ, ବ୍ରାହ୍ମଣପୁଟ, ମୁନୁଷପଦର ଭଳି ୮ଟି ଗ୍ରାମବାସୀ ନିର୍ଭର କରିଥାନ୍ତି ବୋଲି ବୁର୍ଜା ମୁଦୁଲି, ଚନ୍ଦ୍ର ମୁଦୁଲି, ଶୋଭା ଜାନି, ଘାସି ମୁଦୁଲି, ଦୁର୍ଜୟ ମାଝି କହିଛନ୍ତି। ରାସ୍ତା ନହେଲେ ଆଗାମୀ ଦିନରେ ଭୋଟ୍‌ ବର୍ଜନ କରିବୁ ବୋଲି ଉପରୋକ୍ତ ୯ ଖଣ୍ଡ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଶନିବାର ଦାବିପତ୍ର ପ୍ରଦାନ ବେଳେ ଅଳ୍ପଦିନ ଭିତରେ ଗାଁ ରାସ୍ତା ସଂଯୋଗ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

ଫୋଟୋ - http://v.duta.us/Q3zCKAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uEoQ9gAA

📲 Get Rayagada News on Whatsapp 💬