[sambalpur] - କୋକସରା ସମବାୟ ସମିତି ବାର୍ଷିକ ବୈଠକ

  |   Sambalpurnews

କୋକସରା,୫।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ସମବାୟ ସମିତିର ୨୦୧୯-୨୦ ଆର୍ଥତ୍କ ବର୍ଷ ପାଇଁ ବାର୍ଷିକ ବୈଠକ କୋକସରା ଧାନମଣ୍ଡି ପ୍ରାଙ୍ଗଣରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସମବାୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମବାୟ ସମିତି ସମ୍ପାଦକ ନିରନ ପ୍ରସାଦ ବାଗ ଗତବର୍ଷର ବାର୍ଷିକ ବିବରଣୀ ପାଠ କରିବା ସହ ଚଳିତବର୍ଷ ସମବାୟରେ ହେବାକୁ ଥିବା ନୂତନ ଯୋଜନା, କୃଷକମାନଙ୍କ ପାଇଁ ଖରିଫ ଓ ରବି ଋଣ ଲାଗି ଅନେକ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସମବାୟ ସମିତି ସଦସ୍ୟ ଜୟଲାଲ ନାଏକ, ଲକ୍ଷ୍ମୀନାରାୟଣ ପ୍ରଧାନୀ, ଦୈତାରି ବାରିକ, ଅଜୟ କୁମାର ସାହୁ, ରାମଚନ୍ଦ୍ର ବାଗ, ସୁବୋଧ ପ୍ରଧାନୀ, ବିସିସି ବ୍ୟାଙ୍କ ଶାଖା ପରିଚାଳକ ସୁବାସ ଚନ୍ଦ୍ର ଶତପଥୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଇନ୍ଦ୍ରମଣି ଧଙ୍ଗଡାମାଝି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ସମବାୟ ସମିତି ଜରିଆରେ ଦିଆଯାଉଥିବା ସୁବିଧା ବିଷୟରେ ବୁଝାଇଥିଲେ। ଏହା ବ୍ୟତୀତ ଚାଷୀ ବିଦ୍ୟୁତ୍‌ ପ୍ରଧାନୀ, ବିଶ୍ୱମ୍ବର ନାଏକ, କୁରୁକ୍ଷେତ୍ର ବେହେରା, ନାରାୟଣ ପଟ୍ଟନାୟକ, ନିରନ ବିଶୀ, ରମେଶ ଦୁର୍ଗା, ପଞ୍ଚକ ପୋଡ, ନିର୍ମଳ ପ୍ରଧାନୀ, ଘନଶ୍ୟାମ ପ୍ରଧାନୀ, କ୍ଷୀରସିନ୍ଧୁ ନେଗୀ, ସରୋଜ ପ୍ରଧାନୀ, ପୂର୍ଣ୍ଣାନନ୍ଦ ପଟ୍ଟନାୟକଙ୍କ ସମେତ ସମବାୟ ସମିତି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/2HU7MgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uK2o2wAA

📲 Get Sambalpur News on Whatsapp 💬