[sambalpur] - ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା

  |   Sambalpurnews

ନୂଆପଡା ଅଫିସ,୫ା୩ଦେଶର ସମସ୍ତ ଗରିବ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଯୋଗାଇଦେବାକୁ ସରକାର ଘୋଷଣା କରିଛନ୍ତି । ଏଥିସକାଶେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଏବଂ ଉଦାସୀନତା ଯୋଗୁ ଗରିବ ଲୋକମାନେ ଏଥିରୁ ବଞ୍ଚତ୍ତ ରହୁଛନ୍ତି । ଏଭଳି ଏକ ଉଦାହରଣ ନୂଆପଡ଼ା ଜିଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି । ଗ୍ରାମପଞ୍ଚାୟତର ମାଣ୍ଡୋବିର୍ଲି ଗାଁର ଡଣି ପହରିଆ ଏବଂ ଚମ୍ପା ପହରିଆଙ୍କ ଅବସ୍ଥା ଦେଖିଲେ ପ୍ରକୃତ ସ୍ଥିତି ସବୁ ଜଳ ଜଳ ହୋଇ ଦିଶୁଛି । ଏଦୁହେଁ ଭଙ୍ଗା କୁଡିଆରେ ଦୀର୍ଘ ଦିନ ରହୁଥିବାବେଳେ ସରକାରୀ ଘର ଟିକକ ପାଇଁ ବାର ଦୁଆର ବୁଲୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି । ମାଣ୍ଡୋବିିର୍ଲି ଏକ ବନବାସୀ ଆଦିବାସୀ ବହୁଳ ଗାଁ । ଏଠିକାର ଅର୍ଦ୍ଧାଧିକ ପରିବାର ଲୋକ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିଥାନ୍ତି । ଡଣିଙ୍କ ପରିବାର ଲୋକ ଜଙ୍ଗଲରୁ ବାଉଁଶ ଆଦି ସଂଗ୍ରହ କରି ବିଭିନ୍ନ ସୌଖିନ ଦ୍ରବ୍ୟ ତିଆରି କରି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ଆଜକୁ ୩/୪ବର୍ଷ ତଳେ ଡଣିଙ୍କ ସ୍ବାମୀ କୌଣସି ଏକ ଅଜଣା ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ । ଏହା ପରେ ଡଣି ଅସହାୟ ହୋଇ ଘରେ ଏକାକୀ ହୋଇପଡିଲେ । ଏଣେ ଭଙ୍ଗା କୁଡିଆରେ ରହୁଥିବାବେଳେ ତାଙ୍କ ନାଁରେ ରାଶନ କାର୍ଡଟିଏ ନାହିଁ କି ଜମି ପଟ୍ଟା ମଧ୍ୟ ନାହିଁ । ସେ କ୍ଷୋଭ ପ୍ରକାଶ କରି କହନ୍ତି ଯେ, ପଞ୍ଚାୟତରେ ସବୁ ଥିଲାବାଲା ଲୋକଙ୍କୁ ସରକାରୀ ଯୋଜନାରୁ ଘର ସବୁ ମିଳୁଛି । ହେଲେ ସେ ବାରମ୍ବାର କାକୁତି ମିନତି ହେଉଥିଲେ ମଧ୍ୟ ତାଙ୍କ ଭାଗ୍ୟରେ ଜୁଟୁନାହିଁ । ବର୍ତ୍ତମାନ ସେ ଭଙ୍ଗା କୁଡିଆରେ ରହୁଛନ୍ତି । ପେଟ ପୋଷିବାର କୌଣସି ଉପାୟ ନାହିଁ । ସେହିଭଳି ଗାଁର ଚମ୍ପା ପହରିଆଙ୍କ ମଧ୍ୟ ସେହି ସମ ପରିସ୍ଥିତି ହୋଇଛି । ବୃଦ୍ଧାବସ୍ଥାରେ କୌଣସି ସମ୍ପର୍କିୟ ନ ଥିବାରୁ ବାର ଦୁଆର ହେଉଛନ୍ତି । ପଡୋଶୀ ଲୋକଙ୍କ ଦୟାରେ ପେଟ ଚଳୁଛି । ଭଙ୍ଗା କୁଡିଆରେ ଖରା ବର୍ଷା ଦିନ କାଟୁ ଥିବା କହିଛନ୍ତି । ଏହା ଉପରେ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ବୋଲି ଗ୍ରାମର ଦୁଆରୁ ପହରିଆ କହିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ସଜ ଗହୀରଙ୍କୁ ଯୋଗାଯୋଗ କରିବାରୁ ଏହା ଉପରେ ସର୍ଭେ କରାଯାଇଛି । ଖୁବଶୀଘ୍ର ସ୍ବତନ୍ତ୍ର ଯୋଜନାରୁ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଡଣି ଏବଂ ଚମ୍ପା ଗୋଟିଏ ଗୋଟିଏ ଉଦାହରଣ ମାତ୍ର । ସେହିଭଳି ବୋଡେନ ବ୍ଲକରେ ବହୁ ହିତାଧିକାରୀ ବେଘର ହୋଇ ରହୁଛନ୍ତି । ଏହାପରେ ତାଲିକା ପ୍ରସ୍ତୁତି କରି ଘର ଯୋଗାଇ ଦେବାକୁ ଦାବି ହେଉଛି ।

ଫୋଟୋ - http://v.duta.us/veiE5QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tHuT0gEA

📲 Get Sambalpur News on Whatsapp 💬