[balasore] - ଅସନ୍ତୁଷ୍ଟଙ୍କୁ ମନାଇବା ଉଦ୍ୟମ ଜାରି: ବାରିପଦାରେ ବିଜେଡିର ରୁଦ୍ଧଦ୍ୱାର ବୈଠକ

  |   Balasorenews

ବାରିପଦା ଅଫିସ,୧୦।୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ ଶେଷହେବା ପରେ ମୟୂରଭଞ୍ଜ ଜିଲା ବାରିପଦା ବିଜେଡି ପକ୍ଷରୁ ଗୋଷ୍ଠୀ ବିବାଦ ତୁଟାଇବା ଉଦ୍ୟମ ଆରମ୍ଭ ହୋଇଛି। ବାରିପଦା ବିଧାନସଭା ଆସନ ଲାଗି ଏଥର ଦଳ ବିଧାୟକ ତଥା ଓଡ଼ିଶା ବିଧାନସଭା ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ଟିକେଟ ନ ଦେଇ ଆଦିବାସୀ ନେତ୍ରୀ ତଥା ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଛି। ଏ ଭଳି ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଦଳୀୟ କର୍ମୀଙ୍କୁ ମନାଇବା ଲାଗି ଗୁରୁବାର ଏକ ରୁଦ୍ଧଦ୍ୱାର ବୈଠକ ବସି ଆଲୋଚନା କରାଯାଇଥିବା ସୂଚନା ମିଳିଛି। ବୈଠକରେ ବିଧାନସଭା ଆସନ ଲାଗି କିଭଳି ରଣନୀତି ଗ୍ରହଣ କରାଯିବ ସେ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ନାମାଙ୍କନ ପତ୍ର ଦାଖଲ ବୁଧବାରଠାରୁ ମଧ୍ୟ ସରୋଜିନୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବାରିପଦାରେ ସରୋଜିନୀଙ୍କୁ ପ୍ରାର୍ଥୀ କରି ଶାସକ ଦଳ ମହିଳା କାର୍ଡ ଖେଳିଥିବା ଚର୍ଚ୍ଚା ହେଉଥିବା ବେଳେ ସାନନ୍ଦଙ୍କ ସମର୍ଥକମାନେ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ମଙ୍ଗଳବାର ସରୋଜିନୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାନନ୍ଦ ଯୋଗ ଦେଇ ଦଳର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଉଭୟ ସାନନ୍ଦ ଓ ସରୋଜିନୀଙ୍କ ସମର୍ଥକଙ୍କୁ ମିଶାଇବାକୁ ଚେଷ୍ଟା ଆରମ୍ଭ ହୋଇଛି। ବୁଧବାର ବାରିପଦାର ଏକ ନିର୍ଦ୍ଦିିଷ୍ଟ ହୋଟେଲରେ ବିଜେଡି ପକ୍ଷରୁ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା। ଦଳର ମୁନିସିପାଲିଟି ପର୍ଯ୍ୟବେକ୍ଷକ ମାନସ କୁମାର ମଲିକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଉଭୟ ଗୋଷ୍ଠୀର ସମର୍ଥକଙ୍କୁ ଏକାଠି ବସାଇ ବିଧାୟକ ପ୍ରାର୍ଥୀ ସରୋଜିନୀଙ୍କୁ ସମର୍ଥନ କରିବାକୁ କୁହାଯାଇଥିଲା। ବୈଠକରେ ଜିଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର କୁମାର ମହନ୍ତ, ଯୁବ ବିଜେଡିର ଉତ୍ତର ଓଡ଼ିଶା ଜୋନ ସଭାପତି ସୁବ୍ରମଣ୍ୟମ ମହାନ୍ତିି, ପୂର୍ବତନ କାଉନସିଲର ସରୋଜ ମହାପାତ୍ର, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିି, ଜିଲା ସଭାପତି ଦେବାଶିଷ ମହାନ୍ତିିଙ୍କ ସମେତ ସମସ୍ତ ଆଗ ଧାଡିର ନେତୃବୃନ୍ଦ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ସାନନ୍ଦଙ୍କ ଟିକେଟ କଟିବା ଘଟଣା ନେଇ ତାଙ୍କ ସମର୍ଥକମାନେ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ବିରୋଧ କରାଯିବ ବୋଲି ସୋସିଆଲ ମିଡିଆରେ ପ୍ରଚାର କରିଥିଲେ। ଏହି ଘଟଣାକୁ ଦଳ ଗୁରୁତ୍ୱ ଦେଇ ଅସନ୍ତୁଷ୍ଟଙ୍କୁ ମନାଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ଅନନ୍ତ ଦାସ, ଶାନ୍ତନୁ ଦାସ, ଦେବାଶିଷ ପାତ୍ର, ଯୁବ ସଂଗଠନ ବିକ୍ରମ କେଶରୀ ଜେନା, ଯୁବ ବିଜେଡିର ଗଣମାଧ୍ୟମ ସଂଯୋଜକ କପିଲ ଖଣ୍ଡେଲୱାଲ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ନିର୍ବାଚନରେ ଦଳର ରଣନୀତି ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଥିଲେ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ା

ଫୋଟୋ - http://v.duta.us/J9mOXgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/U32NZAAA

📲 Get Balasore News on Whatsapp 💬