[berahampur] - ଲୋକଙ୍କ ସେବା, କନ୍ଧମାଳର ବିକାଶ ଲାଗି ନବୀନ ପଠାଇଛନ୍ତି: ଅଚ୍ୟୁତ

  |   Berahampurnews

ଦାରିଙ୍ଗବାଡ଼ି,୧୦।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର କନ୍ଧମାଳ ଲୋକ ସଭା ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର ହୋଇଛି।ଅଚ୍ୟୁତ ପୂର୍ବାହ୍ନ ସାଢ଼େ ୧୦ଟାରେ ସିମନବାଡ଼ିଠାରେ ପହଞ୍ଚି ସରପଞ୍ଚ ଅମିତା ପ୍ରଧାନଙ୍କ ସମେତ ବିଜେଡି ବ୍ଲକ ସଭାପତି ଦିଲୀପ କୁମାର ପ୍ରଧାନ, ସୋମନାଥ ପ୍ରଧାନ, ଦଳର ଜିଲା ଉପସଭାପତି କ୍ଷେତ୍ରୀବର ନାୟକ, ସରପଞ୍ଚ ପ୍ରତିନିଧି ପରମେଶ୍ୱର ପ୍ରଧାନ ପ୍ରମୁଖ ତାଙ୍କୁ ସ୍ବାଗତ ଜଣାଇ ୱାଲର୍‌ଡ ଭିଜନ ସଭାଗୃହକୁ ନେଇଥିଲେ। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବ୍ଲକ ସଭାପତି ଦିଲୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିକାଶ ତଥା ମହିଳାମାନଙ୍କ ବିକାଶ ପାଇଁ ସରକାର କାର୍ଯ୍ୟ କରୁଥିବା ଆଲୋଚନା ହୋଇଥିଲା । ଏ ନେଇ ଏମ୍‌ପି ପ୍ରାର୍ଥୀ ସାମନ୍ତ କହିଥିଲେ ଯେ, ନବୀନଙ୍କ ବିକାଶ ଧାରାକୁ ନେଇ ସେ ବିଜେଡିରୁ ଏମ୍‌ପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତିା କନ୍ଧମାଳର ବିକାଶ ଓ ଲୋକଙ୍କ ସେବା ଲାଗି ନବୀନ ପଟ୍ଟନାୟକ ତାଙ୍କୁ ପଠାଇଛନ୍ତି । ଏ ନେଇ ସେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଏବଂ ତାଙ୍କୁ ବିଜେଡିର ଦଳୀୟ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଛନ୍ତି।

ଫୋଟୋ - http://v.duta.us/RDc7OAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/R5wEwgAA

📲 Get Berahampur News on Whatsapp 💬