[sambalpur] - ଭୋଟରଙ୍କୁ ଆକୃଷ୍ଟ ପାଇଁ ମାରାଥନ ପ୍ରଚାର

  |   Sambalpurnews

ଘଣ୍ଟାପଡା,୧୦।୪(ଡି.ଏନ୍‌.ଏ): କନ୍ଧମାଳ ଲୋକସଭା ପାଇଁ ଭାଜପା ପ୍ରାର୍ଥୀ ଖାରବେଳ ସ୍ବାଇଁ ଓ କଣ୍ଟାମାଳ ବିଧାନସଭା ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ବୁଧବାର ପ୍ରଚା ଅଭିଯାନକୁ ଜୋରଦାର କରିଛନ୍ତି । ବୁଧବାର ଉଭୟ ପ୍ରାର୍ଥୀ କଣ୍ଟାମାଳ ବିଧାନସଭା କ୍ଷେତ୍ରରେ ଘର ଘର ବୁଲି ଭୋଟରଙ୍କୁ ସାକ୍ଷାତ କରି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ଦେଇ ଭୋଟ୍‌ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ସେମାନେ କଣ୍ଟାମାଳ ବ୍ଲକ ୨ନମ୍ବର ଜୋନ୍‌ ରୁଣ୍ଡିମହୁଲ ପଞ୍ଚାୟତର ଶୂଳିଅ, ନୂଆପାଲି, କେଙ୍କମି, ଡୁଙ୍ଗୁରିଗୋରା, ଝାରଫେସଫେରଡି, ପାଞ୍ଚଖଣ୍ଡି, ବାଲିଯୋରୀ, ବରପଦର, ଟଙ୍ଗିଆପାଲି, ରୁଣ୍ଡିମହୁଲ, ରେଙ୍ଗାଲି ଆଦି ଗାଁରେ ସଭାସମିତି କରିଥିଲେ । ରୁଣ୍ଡିମହୁଲ ଗାଁରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରାର୍ଥୀ ଦ୍ୱୟ କେନ୍ଦ୍ରରେ ମୋଦି ସରକାରଙ୍କ ଦୃଢ ନେତୃତ୍ୱ, ବିକାଶ ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହି ଭୋଟ୍‌ ଭିକ୍ଷା କରିଥିଲେ ା ଏହି ପ୍ରଚାର କାର୍ଯ୍ୟକ୍ରମରେ ଚିତ୍ତ ରଞ୍ଜନ ପାତ୍ର, ସିତ୍‌ ମଣ୍ଡଳ, ତୀର୍ଥବାସୀ ରଣା, ପଞ୍ଚାନନ ସାହୁ, ଟିକୁ କଅଁର, ଅନୀଲ କୁମାର ପ୍ରଧାନଙ୍କ ସମେତ ବହୁ ଭାଜପା କର୍ମୀ ସାମିଲ ହୋଇଥିଲେ ।

ଫୋଟୋ - http://v.duta.us/6ArSlwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ynTc3gAA

📲 Get Sambalpur News on Whatsapp 💬