[sambalpur] - ମାଓବାଦୀ ଯବାନ ଗୁଳିବିନିମୟ: ମାଓବାଦୀ କ୍ୟାମ୍ପ ଠାବକଲେ ଯବାନ, ବହୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଜବତ

  |   Sambalpurnews

ନୂଆପଡା ଅଫିସ/ବୋଡେନ,୧୦ା୪: ସାଧାରଣ ନିର୍ବାଚନର ଦିନକ ପୂର୍ବରୁ ନୂଆପଡା ଜିଲା ସଦର ମହକୁମାଠାରୁ ୧୦୦ କି.ମି. ଦୂର ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ବୁଧବାର ପୂର୍ବାହ୍ନ ୧୧ଟାରେ ପୋଲିସ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଛି। ସେଠାରୁ ଏକ ମାଓବାଦୀ କ୍ୟାମ୍ପ ଠାବ କରିବା ସହ ମାଓବାଦୀଙ୍କ ବହୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉଦ୍ଧାର କରାଯାଇଛି । ଏ ବିଷୟରେ ନୂଆପଡା ଏସ୍‌ପି ସ୍ମିତ ପରମାର ଜିଲା ପୋଲିସ କାର୍ଯ୍ୟାଳୟରେ ଆହୂତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲା ପୋଲିସ କାର୍ଯ୍ୟାଳୟରେ ଆହୂତ ଖବରଦାତା ସମ୍ମିଳନୀରେ ଏସ୍‌ପି ସୂଚନା ଦେଇ କହିଥିଲେ ଯେ, ଜିଲାରେ ଅବାଧ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳନା ସକାଶେ ନୂଆପଡା ପୋଲିସ ଜିଲାର ଦୁର୍ଗମ ଏବଂ ଛତିଶଗଡ ସୀମାନ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରଛି । ଏହି କ୍ରମରେ ପାଟଦର୍ହା ଜଙ୍ଗଲରେ ମଙ୍ଗଳବାର ସନ୍ଧ୍ୟାରେ ସିଆରପିଏଫ, ଏସଓଜି ଓ ଡିଭିଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିଲେ। ଏହି ସମୟରେ କୋଦୋଭଟା ଗାଁ ନିକଟରେ ମାଓବାଦୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ମାଓବାଦୀମାନେ ପୋଲିସ ଉପରକୁ ପ୍ରଥମେ ଗୁଳି ବର୍ଷଣ କରିଥିଲେ । ପରେ ଯବାନମାନେ ଏହାର ପାଲଟା ଗୁଳି ବର୍ଷା କରିଥିଲେ । ଦୀର୍ଘ ସମୟରେ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ଦଳରେ ୨୫ରୁ ଊର୍ଦ୍ଧ୍ୱ ମାଓବାଦୀ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ସେଠାରେ ଏକ ମାଓବାଦୀ କ୍ୟାମ୍ପ ମଧ୍ୟ ଠାବ କରାଯାଇଥିବା ଏସ୍‌ପି ସ୍ମିତ ଗଣମାଧ୍ୟମକୁ କହିଛନ୍ତି । ଏଥିରେ ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ବହୁ ୟୁନିଫର୍ମ, ଜିଲାଟିନ, ଡେଟୋନେଟର, ଇନସାସ ମ୍ୟାଗାଜିନ, ମାଓବାଦୀଙ୍କ ପୁସ୍ତିକା ଆଦି ଉଦ୍ଧାର କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲାର ୬୮ଟି ବୁଥକୁ ମାଓବାଦୀ ପ୍ରଭାବିତ ଭାବେ ଚିହ୍ନଟ କରାଯାଇଛି । ସେହିଭଳି ଏହି ଅଞ୍ଚଳଗୁଡିକରେ ସୁରକ୍ଷିତ ଏବଂ ଶାନ୍ତିର ବାତାବରଣ ଆଣିବାକୁ ମୋଟ ୪୭ଟି ଟିମରେ କୋମ୍ବିଂ ଅପରେଶନ କରାଯାଉଛି । ଦିନରାତି ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡିକରେ ଯବାନମାନେ ସତର୍କ ହୋଇ ଜଗିରହିଥିବା ଏସ୍‌ପି କହିଛନ୍ତି ।

ଫୋଟୋ - http://v.duta.us/H4aEuwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/VBBJfQAA

📲 Get Sambalpur News on Whatsapp 💬