[sambalpur] - ରୋହିତ ପୂଜାରୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ ବୈଶାଳୀ

  |   Sambalpurnews

ନାକଟିଦେଉଳ,୧୦।୪(ଡି.ଏନ.ଏ.): ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ରେଢାଖୋଲ ବିଧାନସଭା କ୍ଷେତ୍ରର ନାକଟିଦେଉଳ ବ୍ଲକ ଅଞ୍ଚଳରେ ବିଭିନ୍ନ ଦଳର ପ୍ରଚାର ଚାଲିଛି। ରେଢାଖୋଲ ବିଧାନସଭାର ବିଜେଡ଼ି ବିଧାୟକ ପ୍ରାର୍ଥୀ ରେହିତ ପୂଜାରୀଙ୍କ ପାଇଁ ତାଙ୍କ ସ୍ତ୍ରୀ ବୈଶାଳୀ ପୂଜାରୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସେ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସ୍ବାମୀଙ୍କ ସପକ୍ଷରେ ଲୋକଙ୍କୁ ଭୋଟ ମାଗିଛନ୍ତି। ଗିରିଶ୍ଚନ୍ଦ୍ରପୁର ଗୌଡ଼ପାଲି ଆମ୍ବତୋଟାରେ ଅଞ୍ଚଳର ମହିଳାମାନଙ୍କୁ ନେଇ ଆୟୋଜିତ ନିର୍ବାଚନୀ ସଭାରେ ବୈଶାଳୀ ଯୋଗ ଦେଇଥିଲେ । ଗତ ୫ ବର୍ଷ ମଧ୍ୟରେ ବିିଧାୟକ ରୋହିତ ପୂଜାରୀଙ୍କ ଅମଳରେ ନାକଟିଦେଉଳ ବ୍ଲକର ବିଭିନ୍ନ କ୍ଷେତ୍ରରେ ବହୁତ ବିକାଶ ହୋଇଥିବା ସେ ପ୍ରକାଶ କରିଥିଲେ । ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା, ବିଦ୍ୟୁତ କରଣ, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ବ୍ୟାପକ ବିକାଶ ଘଟିଛି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ମହିଳାମାନଙ୍କର ବିିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମହିଳାମାନଙ୍କ ସଶକ୍ତୀକରଣ ସହ ସ୍ବଂୟ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ପ୍ରଦାନ, ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା, ସବୁ ଝିଅଙ୍କୁ ମାଗଣା ପାଠ ପଢା, ଛାତ୍ରୀମାନଙ୍କୁ ମାଗଣାରେ ସାଇକେଲ ପ୍ରଦାନ ଆଦି ଯୋଜନା ରାଜ୍ୟରେ ଚାଲୁ ରହିଛି । ତେଣୁ ଏହି ବିକାଶର ଧାରାକୁ ଆଗକୁ ଆହୁରି ଆଗେଇ ନେବାକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡ଼ି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ଜିତାଇବାକୁ ଉପସ୍ଥିତ ମହିଳାମାନଙ୍କୁ ସେ ନିବେଦନ କରିଛନ୍ତି। ଏହି ନିର୍ବାଚନୀ ସଭାରେ ଉଷା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ଯୋଗଦେଇ ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ଭୋଟ ଦେବାକୁ ମହିଳାମାନଙ୍କୁ ଅନୁରୋଧ କରିଥିଲେ। ଦଳର ବରିଷ୍ଠ ନେତା ଅନାଦି ଚରଣ ସାହୁ, ଯୁବନେତା ରାଜକିଶୋର ପ୍ରଧାନ, ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର ନାଏବ ସରପଞ୍ଚ ସରୋଜ ବିଶି, ସମିତି ସଭ୍ୟ ନକୁଳ ସମର୍ଥା, ଶୁଭେନ୍ଦ୍ର ପ୍ରଧାନ, ଅରୁଣ ପ୍ରଧାନ, ମହେନ୍ଦ୍ର କୁଅଁରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ଫୋଟୋ - http://v.duta.us/2MhwvgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vXPsSAAA

📲 Get Sambalpur News on Whatsapp 💬