[upakula-odisha] - ବନ୍ଧୁକ ମୁନରେ ତେଜରାତି ଦୋକାନରୁ ଦଶ ହଜାର ଲୁଟ୍‌

  |   Upakula-Odishanews

ନିଶ୍ଚିନ୍ତକୋଇଲି,୧୦।୪(ସ୍ବ.ପ୍ର.): କଟକ ଜିିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନସ୍ଥ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମ୍ମୁଖରେ ଥିବା ଡେଲିମାର୍କେଟର ଜଣେ ତେଜରାତି ଦୋକାନୀଙ୍କଠାରୁ ବୁଧବାର ଅପରାହ୍ନରେ ଦଶହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଛି। ଲୁଟେରାମାନେ ଦୋକାନୀଙ୍କୁ କିଛି ସାମଗ୍ରୀ ମାଗିବା ଆଳରେ ଏଭଳି କାଣ୍ଡ ଘଟାଇଛନ୍ତି।

ସୂଚନାନୁଯାୟୀ, ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଦୋକାନରେ ପହଞ୍ଚିଥିଲେ। ସେଠାରେ ସେମାନେ ଦୋକାନୀଙ୍କୁ କିଛି ସାବୁନ ଦେବାକୁ sକହିଥିଲେ। ଦୋକାନୀ ନାରାୟଣ ପଣ୍ଡା ଦୋକାନ ଭିତରୁ ସାବୁନ ଆଣିବା ଲାଗି ଯାଇଥିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ପେଟରେ ବନ୍ଧୁକ ଲଗାଇଦେଇ ଚୁପ୍‌ ରହିବାକୁ କହିଥିଲେ। ପରେ କ୍ୟାଶ୍‌ ବାକ୍ସ ଖୋଲି ଅନ୍ୟ ଜଣେ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଯାଇଥିଲେ। ପରେ ଉଭୟ ଦୁଇଜଣ ହନୁମାନ ମନ୍ଦିର ବାଟଦେଇ କଟକ ଚାନ୍ଦବାଲି ରାସ୍ତା ଆଡ଼େ ପଳାଇ ଯାଇଥିଲେ। ନିର୍ବାଚନ ସମୟରେ ପୋଲିସ ସୁରକ୍ଷା ସତ୍ତ୍ୱେ ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି। ଖବରଲେଖାଯିବା ସୁଦ୍ଧା ପୋଲିସ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନ ଥିବା ଜଣାପଡ଼ିଛି।

ଫୋଟୋ - http://v.duta.us/xBFMTAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/JJ0F3wAA

📲 Get Upakula-odisha News on Whatsapp 💬