[odisha] - ‘ଶଲାବୁଢ଼ା’ର ସ୍ରଷ୍ଟା କପିଳେଶ୍ବର ମହାପାତ୍ରଙ୍କ ପରଲୋକ

ସୋନପୁର : ବିଶି‌ଷ୍ଟ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ବାପା କପିଳେଶ୍ବର ପ୍ରସାଦ ମହାପାତ୍ର ଗତ ରାତିରେ ତାଙ୍କ ଲେହେଡିସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ପରିବାର ଲୋକମାନେ ମୁମ୍ବାଇରେ ରହୁଥିବାରୁ ସେମାନେ ଫେରିଲେ ଆସନ୍ତା ୧୬ ତାରିଖରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।

ସ୍ବର୍ଗତ ମହାପାତ୍ର ଲେହେଡି ଗ୍ରାମରେ ୧୯୩୧ ମସିହା ଅଗଷ୍ଟ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ସ୍ବର୍ଗତ ଗଙ୍ଗାଧର ମହାପାତ୍ର। ସେ ଥିଲେ ଜଣେ ଲେଖକ, ସମାଜ ସଂସ୍କାରକ, ଗାନ୍ଧୀବାଦୀ ଓ ଗବେଷକ। ଅନ୍ୟର ମଙ୍ଗଳ ଲାଗି ନିଜକୁ ଉତ୍ସର୍ଗ କରିଥିଲେ। ଶିକ୍ଷକତା କରୁଥିବା ବେଳେ ଗରିବ ଲୋକଙ୍କ ମାଗଣାରେ ହୋମିଓପାଥିକ ଚିକିତ୍ସା କରୁଥିଲେ। ସେ ଅବସର ଗ୍ରହଣ କରିବା ପରେ ଚେତନା ଟ୍ରଷ୍ଟ ନାମକ ଏକ ସେବାମୂଳକ ନିଜ ଗ୍ରାମ ଲେହେଡିରେ ପ୍ରତିଷ୍ଠା କରିଥିଲେ।

ତାଙ୍କ ପୁଅ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଅନ୍ୟ ପୁଅମାନଙ୍କ ଚଳଚ୍ଚିତ୍ର ଆୟରୁ ନିର୍ଦ୍ଦିଷ୍ଟାଂଶ ଏହି ଟ୍ରଷ୍ଟକୁ ସହଯୋଗ କରୁଥିବାରୁ ତାଙ୍କର ଲୋକକଲ୍ୟାଣ ଇଚ୍ଛା ପୂରଣ ହୋଇଥିଲା। ତାଙ୍କ ସହଯୋଗରେ ଚେତନା ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରତିଷ୍ଠିତ ହୋଇଥିଲା ଗଙ୍ଗାଧର ଆୟୁର୍ବେଦ ଚିକିତ୍ସାଳୟ, ଚେତନା ପାଠାଗାର, ଜରା ନିବାସ, ଗ୍ରମାଞ୍ଚଳରେ ଚାଲିଥିବା ୩୨ଟି ବିଦ୍ୟାଳୟ ପଶ୍ଚିମ ଓଡ଼ିଶାରେ ଅଭାବଗ୍ରସ୍ତ ଲୋକଙ୍କ ମଧ୍ୟରେ ଆଶାର ଆଲୋକ ସୃଷ୍ଟି କରିଛି।...

ଫୋଟୋ - http://v.duta.us/TZsS4QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/bycr4QAA

📲 Get Odisha News on Whatsapp 💬