[berahampur] - ପୁରୁଷୋତ୍ତମପୁରରେ ବିଜେଡିର ବିଶାଳ ଯୁବ ଓ ଛାତ୍ର ସମାବେଶ

  |   Berahampurnews

ପୁରୁଷୋତ୍ତମପୁର,୧୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମଙ୍ଗଳବାର ବିଜେଡି ପକ୍ଷରୁ ବିଶାଳ ଯୁବ ଓ ଛାତ୍ର ସମାବେଶ ସୀତାରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଷୋତ୍ତମପୁରର ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଜିଲା ପରିଷଦ ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ବେହେରା, ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା, ଦୈତାରୀ ବେହେରା, ପୂର୍ବତନ ପୁରୁଷୋତ୍ତମ ପୁର ବ୍ଲକ ଅଧ୍ୟକ୍ଷ ତୁମ୍ବନାଥ ପଣ୍ଡା, ବାଉରି ପଣ୍ଡା, ବରିଷ୍ଠ ନେତା ଡା.ଗୋପାଳ କୃଷ୍ଣ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀ, ଜିଲା ବିଜେଡି ଉପ ସଭାପତି ଗୌରିଶଙ୍କର ରାଉଳ, ୱାଇ ଏସ୍‌ ରାଜଗୋପାଳ, ଜିଲା ପରିଷଦ ସଭ୍ୟ ପିନାରାୟଣ ରାଓ, ପୂର୍ବତନ କାଉନସିଲର ଅଶୋକ କୁମାର ମହାକୁଡ ପ୍ରମୁଖ ଯୋଗଦେଇ ବିଜେଡି ସରକାର ଯୁବ ଓ ଛାତ୍ର ସମାଜ ଲାଗି କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ଭାଜପା ତଥା କେନ୍ଦ୍ର ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲେ। ଆସନ୍ତା ନିର୍ବାଚନରେ ଆସ୍କା ଏମ୍‌ପି ପ୍ରାର୍ଥୀ ପ୍ରମିଳା ବିଷୋଇ, ଖଲ୍ଲିକୋଟ ବିଧାନ ସଭା ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରଥିଲେ। ଏଥିସହ ଯେଉଁ ଭଳି ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିମାନେ ଭୋଟ ଦେବେ ସେ ନେଇ ଯୁବ ଓ ଛାତ୍ର ଗୋଷ୍ଠୀ ଗୁରୁତ୍ୱ ଦେବା ଲାଗି ଅନୁରୋଧ କରିଥିଲେ। ଏଥିରେ ଶହ ଶହ ସଂଖ୍ୟାରେ ଯୁବକ ଓ ଛାତ୍ର ମାନେ ଯୋଗଦେଇଥିଲେ।

ଫୋଟୋ - http://v.duta.us/0US2pAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ZG-MRAAA

📲 Get Berahampur News on Whatsapp 💬