[berahampur] - ବିଜୁ ଯୁବ ବାହିନୀକୁ ଅର୍ଥପ୍ରଦାନ ବେଆଇନ ଅଭିଯୋଗ

  |   Berahampurnews

ବ୍ରହ୍ମପୁର ଅଫିସ୍‌,୧୬ା୪-ବିଜୁ ଯୁବ ବାହିନୀକୁ ସରକାରୀ ରାଜକୋଷରୁ ଅର୍ଥ ପ୍ରଦାନ ବେଆଇନ ଏବଂ ଏହି କାର୍ଯ୍ୟରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି ବୋଲି ଭାରତୀୟ ବିକାଶ ପରିଷଦ ତରଫରୁ କୁହାଯାଇଛି। ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ପିଆଇଏଲ୍‌ ୭୮୩୬/୦୯ ଦାଖଲ କରିଛନ୍ତି ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତାଙ୍କ କହିବାନୁଯାୟୀ, ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତରଫରୁ ବର୍ତ୍ତମାନ ସୁଦ୍ଧା ୭୫୦୮ ବିଜୁ ଯୁବ ବାହିନୀକୁ ଓଡ଼ିଶା ରାଜକୋଷରୁ ବେନିୟମ ଭାବେ ପ୍ରାୟ ବହୁ ଶହ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ଗାଇଡ୍‌ଲାଇନ ଅନୁଯାୟୀ, ଯେକୌଣସି ସ୍ବୟଂଶାସିତ ସଂଗଠନ, ଯୁବ ସଂଗଠନ, କ୍ରୀଡ଼ା ସଂଗଠନ, ସାମାଜିକ ଅନୁଷ୍ଠାନ ଏବଂ ବେସରକାରୀ ଅନୁଷ୍ଠାନ ଯଦି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କଠାରୁ ଆର୍ଥିକ ଅନୁଦାନ ପ୍ରାପ୍ତ ଯୋଗ୍ୟତା ହାସଲ କରିବେ, ତେବେ ସେହି ଅନୁଷ୍ଠାନଗୁଡ଼ିକ ଭାରତୀୟ ଆଇନ୍‌ ସୋସାଇଟି ରେଜିଷ୍ଟ୍ରେସନ୍‌ ଆକ୍ଟ-୧୮୬୦, ଟ୍ରଷ୍ଟ ଆକ୍ଟ-୧୮୮୨, ଚାରିଟେବୁଲ୍‌ ଓ ଧାର୍ମିକ ଏଣ୍ଡାମେଣ୍ଟ ଆଇନ-୧୯୨୦ ଏବଂ କମ୍ପାନୀ ଆକ୍ଟ ଧାରା(୮) ପ୍ରକାରେ ରେଜିଷ୍ଟ୍ରୀକରଣ ହୋଇଥିବା ବାଧ୍ୟତାମୂଳକ। ଏପରିକି ସମ୍ପୃକ୍ତ ଅନୁଷ୍ଠାନର ଗତ ୩ ବର୍ଷର ବାର୍ଷିକ ଆୟ ବ୍ୟୟ ଅଡିଟ୍‌ ରିପୋର୍ଟ ମଧ୍ୟ ଜରୁରୀ। କିନ୍ତୁ ରାଜ୍ୟ ସରକାର ଗଠନ କରିଥିବା ୭୫୦୮ଟି ବିଜୁ ଯୁବ ବାହିନୀ ମଧ୍ୟରୁ ଗୋଟିଏ ହେଲେ ଉପରୋକ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ପଞ୍ଜୀକୃତ ନୁହେଁ ା...

ଫୋଟୋ - http://v.duta.us/tZ6k2QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/VB9QnwAA

📲 Get Berahampur News on Whatsapp 💬