[berahampur] - ହ୍ବିସିଲ୍‌ ବଜାଇବାକୁ ନେଇ ଗଣ୍ଡଗୋଳ, ୪ ଆହତ

  |   Berahampurnews

ଗୋପାଳପୁର,୧୬ା୪-ଅପେରା ଚାଲିଥିବା ସମୟରେ ହ୍ବିସିଲ୍‌ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ରବିବାର ମଧ୍ୟରାତ୍ର ପ୍ରାୟ ୧ ଘଟିକା ସମୟରେ ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଦଳୁଆ ସାହିରେ ଦଣ୍ଡନାଚ ଉପଲକ୍ଷେ ଅପେରା ଚାଲିଥିଲା। ଏହି ସମୟରେ ଦାସ ସାହିର କେତେକ ଯୁବକ ହ୍ବିସିଲ ବଜାଇଥିଲେ। ଏହାକୁ ନେଇ ଦଳୁଆ ସାହିର କେତେକ ଯୁବକ ଓ ଦାସ ସାହି ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ଉଗ୍ରରୂପ ଧାରଣ କରିଥିଲା। ପରେ ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗା ଓ ମାରପିଟ ହୋଇଥିଲା। ଏଥିଯୋଗୁ କିଛି ସମୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା। ଏଥିରେ ପ୍ରାୟ ୪ ଜଣ ଆହତ ହୋଇଥିଲେ। ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଖବର ଲେଖା ହେବା ସୁଦ୍ଧା ଥାନାରେ ଅଭିଯୋଗ ପହଞ୍ଚତ୍ ନ ଥିବା ପୋଲିସ କହିଛି। ଉଭୟ ଗୋଷ୍ଠୀର ଯୁବକଙ୍କୁ ଥାନାକୁ ଡକାଯାଇଛି। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ମହନ୍ତ ସୂଚନା ଦେଇଛନ୍ତି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uhExswAA

📲 Get Berahampur News on Whatsapp 💬