[kandhmal] - କନ୍ଧମାଳରେ ‘ଉଡ଼ା ଚଢ଼େଇ’ ବନାମ୍ ‘ଭୂମିପୁତ୍ର’ ଲଢ଼େଇ? କାହା ପଲ୍ଲା ଭାରୀ

  |   Kandhmalnews

ଭୁବନେଶ୍ୱର (ସୁବ୍ରତ ଦାସ) : କନ୍ଧମାଳ ଲୋକସଭା ଆସନ ଆଉ ଦିନକ ପରେ ନିର୍ବାଚନକୁ ଯିବ। ସେଥିପାଇଁ ଏହି ଅଞ୍ଚଳରେ ରାଜନୈତିକ ବାତାବରଣ ଖୁବ୍‌ ଉଷ୍ଣ ହୋଇପଡିଛି।

ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ବିଶିଷ୍ଟ ସମାଜସେବୀ ତଥା ରାଜ୍ୟସଭା ସଦସ୍ୟ ଡକ୍ଟର ଅଚ୍ୟୁତ ସାମନ୍ତ। ତାଙ୍କ ବିପକ୍ଷରେ ଲଢୁଛନ୍ତି ଚାରି ଚାରିଥର ସାଂସଦ ହୋଇଥିବା ଐର ଖାରବେଳ ସ୍ୱାଇଁ। ଏକ ଜଣାଶୁଣା ମୁହଁ ଶ୍ରୀ ସ୍ୱାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଲଢୁଛନ୍ତି। ଅନ୍ୟପକ୍ଷରେ ବାଲିଗୁଡ଼ା ଏନ୍‌ଏସିର କାଉନସିଲର୍‌ ମନୋଜ ଆଚାର୍ଯ୍ୟ କଂଗ୍ରେସ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିିତା କରୁଛନ୍ତି। ‘‘ମୁଁ କନ୍ଧମାଳ ମାଟିର ପୁଅ ହୋଇଥିବା ବେଳେ ଅନ୍ୟ ଦୁଇଜଣ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବାହାରର ଲୋକ। ତେଣୁ ଲୋକ ମୋତେ ଭୋଟ ଦେଇ ବିଜୟୀ କରାଇବେ’’ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି।

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନ ତିନୋଟି ଜିଲ୍ଲା(କନ୍ଧମାଳ,ଗଂଜାମ ଓ ନୟାଗଡ଼)କୁ ନେଇ ଗଠିତ। ତେଣୁ ଏହି ତିନୋଟି ଜିଲ୍ଲାରେ ଏକ ଜଣାଶୁଣା ନାଁ ଆବଶ୍ୟକ ବୋଲି ବିଜୁ ଜନତା ଦଳର ସମର୍ଥକମାନେ କୁହନ୍ତି। ଏହ କାରଣରୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ପ୍ରଚାର ଓ ଜନସଂପର୍କ ଯାତ୍ରାରେ ଡ.ସାମନ୍ତ ଅନ୍ୟ ପ୍ରାର୍ଥୀଙ୍କଠାରୁ ଆଗୁଆ ବୋଲି ସୂଚନା ମିଳିଛି।...

ଫୋଟୋ - http://v.duta.us/1QWCBwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Be6nEwAA

📲 Get Kandhmalnews on Whatsapp 💬