[kandhmal] - ଯୋଗୀ ଆଦିତ୍ୟନାଥଙ୍କ ମାରାଥନ୍‌ ପ୍ରଚାର : ବିଜୁବାବୁଙ୍କ ସ୍ବପ୍ନ ପୂରଣ କରିବ ବିଜେପି

  |   Kandhmalnews

ଫୁଲବାଣୀ/ରାଉରକେଲା/ଅନୁଗୁଳ : ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ବିଜୁବାବୁଙ୍କ ସ୍ବପ୍ନ ସାକାର ହେବ। ଏହିଭଳି କଥା କହି ବିଜେପିର ହେଭିୱେଟ୍‌ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟରମାନଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ଏଥିସହିତ, ବିଜେପିର ‘ଡବଲ୍‌ ଇଞ୍ଜିନ୍‌’ ସ୍ଳୋଗାନକୁ ଦୋହରାଇବା ସହିତ ଉଭୟ ବିଜେଡି ଓ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହିତ, ଓଡ଼ିଶାର ବିକାଶ ପାଇଁ ଦେଶରେ ଦେଖାଦେଇଥିବା ମହାପରିବର୍ତ୍ତନରେ ଓଡ଼ିଶାବାସୀ ଭାଗିଦାରୀ ହେବାସହିତ ନବୀନ ସରକାରଙ୍କୁ ବଦଳାଇବା ପାଇଁ ଆହ୍ବାନ ଦେଇଛନ୍ତି।

ଯୋଗୀ ଆଦିତ୍ୟନାଥ ଆଜି ଦିନିକିଆ ଗସ୍ତରେ ଆସି ଫୁଲବାଣୀ, ରାଉରକେଲା ଓ ଅନୁଗୁଳଠାରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ସେହିସବୁ ଅଞ୍ଚଳର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସବୁ ସଭାରେ ତାଙ୍କ ସ୍ବର ଅତ୍ୟନ୍ତ ଶାଣିତ ଥିଲା। କଂଗ୍ରେସ ସହିତ ବିଜେଡିକୁ ସେ ତୀବ୍ର ସମାଲୋଚନା କରିଥିଲେ।

ସେ କହିଥିଲେ ଯେ, କଂଗ୍ରେସ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁସଲିମ ସମ୍ପ୍ରଦାୟ ସହ ହାତ ମିଶାଇ ଦେଶକୁ ବିଭାଜନ ସୃଷ୍ଟି କରିବାକୁ ଯାଉଛନ୍ତି। ହେଲେ କେନ୍ଦ୍ରରେ କଂଗ୍ରେସର ଦୀର୍ଘବର୍ଷର ଶାସନକୁ ଭାରତବାସୀ ପରଖିଥିବା ସହ ସାଢେ ୪ବର୍ଷର ମୋଦୀ ସରକାରଙ୍କ ଶାସନକୁ ବି ଦେଖିଛନ୍ତି। ଗାନ୍ଧୀ ପରିବାରକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରି ସାରିଥିବା ବେଳେ ଅପରିପକ୍ବ ରାହୁଲ ମନେ ମନେ ପ୍ରଧାନମନ୍ତ୍ରୀ ହୋଇ ସାରିଲେଣି। ରାହୁଲ ପ୍ରଧାନମନ୍ତ୍ରୀ ହେବା ଦିବାସ୍ବପ୍ନ ଦେଖିବା ବନ୍ଦ କରନ୍ତୁ ବୋଲି କହି ଯୋଗୀ କଟାକ୍ଷ କରିଥିଲେ।...

ଫୋଟୋ - http://v.duta.us/uqbQ3QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/egZPPQAA

📲 Get Kandhmalnews on Whatsapp 💬