[rayagada] - ବିକ୍ରମଦେବ କଲେଜରେ ଛାତ୍ର ଅଶାନ୍ତି ପ୍ରସଙ୍ଗ: ହାର୍‌ ମାନିଲେ କର୍ତ୍ତୃପକ୍ଷ, ଜୁନ୍‌ରେ ପରୀକ୍ଷା

  |   Rayagadanews

ଜୟପୁର,୧୬ା୪(ନି.ପ୍ର.): ଜୟପୁର ସ୍ଥିତ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯେଉଁ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିଲା, ପିଲାଙ୍କ ଦାବି ଆଗରେ ହାର୍‌ ମାନି କର୍ତ୍ତୃପକ୍ଷ ସେହି ଅଶାନ୍ତିରେ ପୂର୍ଣ୍ଣଛେଦ ପକାଇଛନ୍ତି। ୧୭ ତାରିଖରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇ ଜୁନ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ। ଅଧ୍ୟକ୍ଷା ରଚନା ଆଚାର୍ଯ୍ୟ କହିଛନ୍ତି, ଯୁକ୍ତ ୩ର ୪ର୍ଥ ଓ ୨ୟ ସେମିଷ୍ଟାର ୧୭ ତାରିଖରୁ ହେବାର ଥିଲା ଓ ପିଜିର ୨ୟ ସେମିଷ୍ଟାର ପରୀକ୍ଷା ୨୫ରୁ ହେବାର ଥିଲା। କିନ୍ତୁ ତାହା ଏବେ ସ୍ଥଗିତ ରଖାଯାଇ ପରୀକ୍ଷାର ପରବର୍ତ୍ତୀ ତାରିଖ ପାଇଁ ନୋଟିସ ବାହାରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଲେଜ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ କରି ଛାତ୍ରୀଛାତ୍ର ସୋମବାର କଲେଜ ଫାଟକରେ ତାଲା ପକାଇବା ସହ ଧାରଣା ଦେଇଥିଲେ। ପ୍ରତ୍ୟେକ ବର୍ଷ ଜୁନ୍‌ରେ ପରୀକ୍ଷା ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ ୧୭ରେ ପରୀକ୍ଷା କରିବା ପାଇଁ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ପରେ ଛାତ୍ରୀଛାତ୍ରଙ୍କ ଭିତରେ ଅଶାନ୍ତି ଦେଖାଦେଇଥିଲା। ଯୁକ୍ତ ୩ ୨ୟ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ଏବଂ ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଇଁ ଯେଉଁ ଆଡମିଟ୍‌ କାର୍ଡ଼ ଦିଆଯାଇଥିଲା, ସେଥିରେ ମଧ୍ୟ ଜୁଲାଇରେ ପରୀକ୍ଷା ହେବ ବୋଲି ଉଲ୍ଲେଖ ରହିଥିଲା। ପାଠ୍ୟକ୍ରମ ସରି ନଥିବାବେଳେ ନିର୍ଦ୍ଧାରିତ ତାରିଖର ୨ ମାସ ପୂର୍ବରୁ ପରୀକ୍ଷା ନିଷ୍ପତ୍ତିକୁ ଛାତ୍ରୀଛାତ୍ର ବିରୋଧ କରିଥିଲେ।

ଫୋଟୋ - http://v.duta.us/IDiNGQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/kLxU0QAA

📲 Get Rayagada News on Whatsapp 💬