[anugul-dhenkanal] - ଜଳୁଛି ଲକ୍ଷ୍ମୀପୁର ଜଙ୍ଗଲ

  |   Anugul-Dhenkanalnews

ବଇଣ୍ଡା,୨।୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର ଜଙ୍ଗଲ ସୋମବାରଠାରୁ ଜଳୁଛି। ବନ ବିଭାଗ କର୍ମଚାରୀମାନେ ପଦକ୍ଷେପ ନେଉ ନ ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ନିଆଁ ହୁ ହୁ ହୋଇ ଜଳୁଥିବାବେଳେ ବହୁ ମୂଲ୍ୟବାନ ଗଛ ଜଳିଯିବା ସହ କୀଟ ପତଙ୍ଗ ଜଳିଯାଉଛନ୍ତି। ଏଥିସହିତ ଆକାଶ ଧୂଆଁ ମୟ ହୋଇ ବାୟୁ ମଣ୍ଡଳରେ ଉତ୍ତାପ ବୃଦ୍ଧି ପାଉଛି। ସେହିପରି କେତେକ ବ୍ୟକ୍ତି ଜଙ୍ଗଲରୁ ମହୁଲଫୁଲ ସଂଗ୍ରହ କରିବା ପାଇଁ ଯାଇ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷେ କେତେକ ଜନ୍ତୁ ଶିକାରୀ ଜନ୍ତୁ ଶିକାର କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ପ୍ରଚଣ୍ଡ ଗୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲରେ ନିଆଁ ଯୋଗୁ ଜଙ୍ଗଲର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁରନ୍ତ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରାଙ୍କୁ ପଚାରିବାରୁ ପ୍ରସଙ୍ଗକୁ ଏଡ଼ାଇ ଦେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ।

ଫୋଟୋ - http://v.duta.us/X0MyrwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/iue-TwAA

📲 Get Anugul-dhenkanal News on Whatsapp 💬