[anugul-dhenkanal] - ସଞ୍ଜୀବ ଆଉଟ୍‌: ରମେଶ ସାଏ ହେଲେ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ

  |   Anugul-Dhenkanalnews

ବଇଣ୍ଡା,୨।୪(ଡି.ଏନ.ଏ.)- ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଅନ୍ତ ଘଟିଛି। ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବାବେଳେ ମଙ୍ଗଳବାର ରମେଶ ଚନ୍ଦ୍ର ସାଏଙ୍କୁ ଆଠମଲ୍ଲିକ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରିଛନ୍ତି। ସାଏଙ୍କ ଟିକେଟ୍‌ ଘୋଷଣା ହେବା ପରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବୁଧବାର ରମେଶ ସାଏ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। ଆଠମଲ୍ଲିକର ଦୁଇ ଦୁଇ ଥର ବିଧାୟକ ଭାବେ ସଞ୍ଜୀବ ସାହୁ ନିର୍ବାଚିତ ହୋଇଥିଲେ ମଧ୍ୟ ଚଳିତ ସାଧାରଣ ନିର୍ବାଚନରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିନାହିଁ। କମିଶନର ପଦବୀରୁ ରମେଶ ସାଏ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଥିଲେ। ସାଏ ବିଜେଡିରେ ଯୋଗ ଦେବା ପରଠାରୁ ସଞ୍ଜୀବଙ୍କ ଟିକେଟ୍‌ କଟିବା ନେଇ ସାଧାରଣରେ ଆଲୋଚନା ହେଉଥିବାବେଳେ ସାହୁ ଟିକେଟ ପାଇବାରୁ ବଞ୍ଚିତ ହେବେନି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ହେଲେ ଦଳ ଆଠମଲ୍ଲିକରେ ନୂଆ ଚେହେରାକୁ ଅବସ୍ଥାପିତ କରିଛି। ବିଧାୟକ ସାହୁ ବିଜେଡିରୁ ୨୦୦୩ରେ ବୀରମହାରାଜପୁରର ଉପ ନିର୍ବାଚନରେ ବିଜେଡିରୁ ଟିକେଟ ପାଇ ନିର୍ବାଚିତ ହୋଇଥିଲେ। ପରେ ୨୦୦୪ରେ ବୀରମହାରାଜପୁର, ୨୦୦୯ରେ ଆଠମଲ୍ଲିକ, ୨୦୧୪ରେ ଆଠମଲ୍ଲିକରୁ ବିଧାୟକ ଭାବେ ବିଜେଡିରୁ ଲଗାତର ନିର୍ବାଚିତ ହୋଇଥିଲେ। ଚାରି ଚାରି ଥର ବିଧାୟକ ହେବା ପରେ ତାଙ୍କୁ ଦଳ ପକ୍ଷରୁ ଟିକେଟ୍‌ ଦିଆଯାଇ ନ ଥିବାବେଳେ ଆଗାମୀ ଦିନରେ ତାଙ୍କର ରାଜନୈତିକ ଭବିଷ୍ୟତ କଣ ହେବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଫୋଟୋ - http://v.duta.us/b17u8wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/MXXwHQAA

📲 Get Anugul-dhenkanal News on Whatsapp 💬