[balangir] - ବିସ୍ଫୋରଣରେ ଗାଁ ଭୋଟରଶୂନ୍ୟ : କ୍ରସରରେ ପେଶି ହୋଇଗଲା ବାସୁପାଲି, ଘର, ସ୍କୁଲ, ଅଙ୍ଗନବାଡ଼ି ଅଛି; ଲୋକ ନାହାନ୍ତି

  |   Balangirnews

ବଲାଙ୍ଗୀର : ପାହାଡ଼ଫଟା ପାଇଁ ଘନଘନ ଡିନାମାଇଟ୍‌ ବିସ୍ଫୋରଣ ଫଳରେ ଜନଶୂନ୍ୟ ହୋଇଯାଇଛି ବଲାଙ୍ଗୀର ଜିଲ୍ଲା ଶିକାଛିଡ଼ା ପଞ୍ଚାୟତର ବାସୁପାଲି ଗାଁ। ଭଙ୍ଗା ଦଦରା ଘରଗୁଡ଼ିକ ଏହାର ମୂକସାକ୍ଷୀ ହୋଇ ରହିଛନ୍ତି।

ବଲାଙ୍ଗୀର- ଟିଟିଲାଗଡ଼ ରାସ୍ତା ମଠଖାଇ ମନ୍ଦିର ଆଗକୁ ବାମକଡ଼େ ୫ କିମି ଦୂର ଜଙ୍ଗଲ ଭିତରେ ରହିଛି ବାସୁପାଲି ଗାଁ। ଗାଁର ଗୋଟିଏ ପଟେ ଟ୍ରେନ ଲାଇନ୍‌ ଯାଇଛି। ଅନ୍ୟପଟରେ ରହିଛି ଚାନ୍ଦିଲି ପାହାଡ଼। ଗାଁ ନିକଟସ୍ଥ ଚାନ୍ଦଲି ପାହାଡ଼ରେ ଗତ କିଛି ବର୍ଷ ହେଲା କ୍ରମାଗତ ବ୍ଲାଷ୍ଟିଂ କରାଯାଇ ପଥର ଖନନ ଆରମ୍ଭ ହୋଇଥିଲା। ଘନ ଘନ ବ୍ଲାଷ୍ଟିଂ ଯୋଗୁଁ ପଥରଖଣ୍ଡ କେତେବେଳେ ଗାଁ ପଟକୁ ଛିଟିକି ଚାଲି ଆସୁଥିଲାତ କେତେବେଳେ ଘର କାନ୍ଥ ଭାଙ୍ଗି ପଡ଼ୁଥିଲା। ଫଳରେ ଆତଙ୍କିତ ଲୋକେ ଧୀରେ ଧୀରେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ୧୫ ପରିବାରରୁ ଶେଷ ପରିବାର ବର୍ଷକ ତଳେ ଗାଁ ଛାଡ଼ି ଦେଇଛନ୍ତି।

ଏବେ ଆଉ ଗାଁରେ କେହି ଲୋକ ରହୁନାହାନ୍ତି। କିଛି ପରିବାର ସେ ଅଞ୍ଚଳ ଛାଡ଼ି ଚାଲି ଯାଇଛନ୍ତି। ୭ଟି ପରିବାର ନିକଟସ୍ଥ ଅସୁରଡୁଙ୍ଗୁରି ଗାଁରେ କୁଡ଼ିଆ କରି ରହୁଛନ୍ତି। ଆଉ କିଛି ପରିବାର ନିଜ ନିଜ ବନ୍ଧୁବାନ୍ଧବଙ୍କ ଗାଁକୁ ଚାଲି ଯାଇଥିବା ଜଣାପଡ଼ିଛି। ତେବେ ବାସୁପାଲି ଗାଁରେ ସେମାନଙ୍କ ଘର ଡିହ ଓ ଚାଷଜମି ଥିବାରୁ କେତେ ଜଣ ଖରିଫ ଚାଷ ସମୟରେ ଆସି ଚାଷବାସ କରିଥାନ୍ତି। ଦିନବେଳା କାମ କରି ପୁଣି ସଂଧ୍ୟାରେ ଚାଲି ଯାଇଥାନ୍ତି।...

ଫୋଟୋ - http://v.duta.us/8rQepAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vznXVAAA

📲 Get balangirnews on Whatsapp 💬