[balasore] - କଷାଫଳ ବାରୁଣୀମେଳା, ସମୁଦ୍ରରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

  |   Balasorenews

ରୂପ୍‌ସା, ୨।୪(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ପ୍ରସିଦ୍ଧ କଷାଫଳ ବାରୁଣୀମେଳା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ବିଭିନ୍ନ ଜିଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସୂର୍ଯ୍ୟୋଦୟ ସମୟରେ ସମୁଦ୍ରରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ବେଳାଭୂମିରେ ଅଧିଷ୍ଠିତ ଶ୍ରୀ ସାରଙ୍ଗ ଦେବଙ୍କ ଦର୍ଶନ ପୂର୍ବକ ପୂଜାର୍ଚ୍ଚନା କରାଯାଇଛି। ଜିଲା ତଥା ଜିଲା ବାହାରୁ ଉଠା ବ୍ୟବସାୟୀମାନେ ମେଳାରେ ବିଭିନ୍ନ ପସରା ମେଲିଥିଲେ। ଚଲା, ଚାଲୁଣୀ, ଚଣାଉଖୁଡ଼ା, ବେତପାଛିଆ, ମଶିଣା, କାଠ ଆସବାବପତ୍ର ସମେତ ବିଭିନ୍ନ ଘରକରଣା ସାମଗ୍ରୀ ଦୋକାନରେ ପ୍ରବଳ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ସାରି ବେଳାଭୂମିରେ ମୁଢ଼ି, ଆଳୁଦମ୍‌ ଖାଇ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ବିଭିନ୍ନ ଆଧ୍ୟାମତ୍ିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସଙ୍ଗଠନ ତରଫରୁ ଜଳଛତ୍ର ଖୋଲାଯାଇଥିଲା। ମେଳା କମିଟି ସଭାପତି ସରପଞ୍ଚ ବିଜୟ କୁମାର ଭୂୟାଁ ଓ ସମସ୍ତ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ ମେଳାର ସୁପରିଚାଳନା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବସ୍ତା ଏସ୍‌ଡ଼ିପିଓ ରଣଜିତ୍‌ ପୃଷ୍ଟିଙ୍କ ନେତୃତ୍ୱରେ ସିଂଲା, ବସ୍ତା ଓ ରୂପ୍‌ସା ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା।

ଫୋଟୋ - http://v.duta.us/3Qu2QQEA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xmCgcAAA

📲 Get Balasore News on Whatsapp 💬