[balasore] - ଜୟଦେବ, ବଦ୍ରିଙ୍କୁ ଚ୍ୟାଲେଞ୍ଜ ପାଇଁ ରଣନୀତି

  |   Balasorenews

ଆନନ୍ଦପୁର, ୨।୪(ସ୍ବ.ପ୍ର.): ରାଜ୍ୟ ରାଜନୀତିରେ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳି ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏଠାରେ ଦଳୀୟ ରାଜନୀତି ଅପେକ୍ଷା ବ୍ୟକ୍ତଗତ ରାଜନୀତିର ଗୁରୁତ୍ୱ ଅଧିକ। ୨୦୧୯ ନିର୍ବାଚନରେ ଏକ ଅଲୋଡା ଉଦାହରଣ ସୃଷ୍ଟି ହୋଇଛି। ଶଙ୍ଖ-ହାତ ଲଢେଇ ବଦଳରେ ନିରଞ୍ଜନ-ବଦ୍ରି-ଭାଗୀରଥି-ଜୟଦେବ ଲଢେଇ ନିର୍ବାଚନ ମାହୋଲକୁ ଅଧିକ ରୋଚକ କରିଛି। ମନ୍ତ୍ରୀ ତଥା ଘସିପୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଓ ପୂର୍ବତନ ମନ୍ତ୍ରୀ ତଥା ଆନନ୍ଦପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଜୟଦେବ ଯେନାଙ୍କୁ ଚେକ୍‌ ମେଟ୍‌ ଦେବା ପାଇଁ ପଟ୍ଟନାୟକ ପରିବାର ଭାଗିରଥୀଙ୍କୁ ନେଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଭାଗିରଥୀଙ୍କୁ ଭାଜପାରୁ ଆଣି ଶଙ୍ଖରେ ଅବତୀର୍ଣ୍ଣ କରାଇବା ପଛରେ ଜଣେ ଶିଳ୍ପପତି ରାଜନେତାଙ୍କ ମୁଖ୍ୟ ଭୁମିକା ରହିଥିବା ଆଲୋଚନା ହେଉଛି। ଅତୀତରେ ଜୟଦେବ ପିସିସି ସଭାପତି ଥିବାବେଳେ ଏହି ଶିଳ୍ପପତି ରାଜନେତା ରାଜ୍ୟସଭା ଦୌଡରେ ରହିଥିଲେ। ଜୟଦେବଙ୍କ ଗୋଟି ଚାଳନାରେ ସେ କୁଆଡେ ପରାଜୟର ମୁହଁ ଦେଖିଥିଲେ। ଜୟଦେବଙ୍କୁ ବିଧାନସଭା ମାଟି ମଡାଇ ନ ଦେବା ପାଇଁ ପଣ ରଖିଥିବା ଏହି ଶିଳ୍ପପତି ରାଜନେତା ଭାଗିରଥୀଙ୍କୁ ଭାଜପାରୁ ଆଣି ବିଜେଡିରେ ଟିକେଟ୍‌ ଦେବାର ବ୍ୟବସ୍ଥା କରିଥିବା ଏବଂ ଜିତାଇବା ପାଇଁ ଅର୍ଥବଳ ଖଟାଇବା ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଜୟଦେବଙ୍କ ସମୟରେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ଜଣେ ରାଜନେତା ପ୍ରତିଶୋଧର ରାସ୍ତା ଖୋଜୁଥିଲେ। ଏବେ ଭାଗୀରଥିଙ୍କୁ ବିଜେଡି ଟିକେଟ୍‌ ବ୍ୟବସ୍ଥା କରି ଜୟଦେବଙ୍କ ବିରୋଧରେ ଦମଦାର ଲଢେଇ କରିବାକୁ ଅଣ୍ଟା ଭିଡିଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଭାଗିରଥୀଙ୍କ ପ୍ରାର୍ଥୀତ୍ୱ ପଡୋଶୀ ଘସିପୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣଙ୍କ ଉପରେ ଭାରି ପଡିବ ବୋଲି କୁହାଯାଉଛି। ଆନନ୍ଦପୁର ନିର୍ବାଚନମଣ୍ଡଳୀକୁ ବୈତରଣୀ ନଦୀ ଦୁଇ ଭାଗରେ ବିଭକ୍ତ କରିଛି। ନଦୀର ବାମପାର୍ଶ୍ୱରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ ରହିଥିବାବେଳେ ଡାହାଣପାର୍ଶ୍ୱରେ ଘସିପୁରା ନିର୍ବାଚନମଣ୍ଡଳୀ ସଂଲଗ୍ନ ପୌରପରିଷଦର ୪ ଗୋଟି ଓାର୍ଡ଼ ଓ ୫ ଗୋଟି ପଞ୍ଚାୟତ ରହିଛି। ଏହି ଅଞ୍ଚଳ ତଥା ଏଠାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବା ପାଇଁ ଉଭୟ ନିର୍ବାଚନମଣ୍ଡଳିର ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିରହିଥାଏ। ଏହି ଦୃଷ୍ଟି କୋଣରୁ ବଦ୍ରିଙ୍କ ପ୍ରଭାବ ହ୍ରାସ କରିବା ପାଇଁ ବିରୋଧୀଙ୍କ ଭାଗିରଥୀ ଗୋଟି ଚାଳନା କରାଯାଇଥିବା ଆଲୋଚନା ହେଉଛି।

ଫୋଟୋ - http://v.duta.us/mVcfvQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Xcj3vgAA

📲 Get Balasore News on Whatsapp 💬