[balasore] - ଝୁଲି ରହିଲା ବାରିପଦା: ବିଜେଡି ପକ୍ଷରୁ ୨ ଆସନରେ ପ୍ରାର୍ଥୀ ଘୋଷଣା

  |   Balasorenews

ବାରିପଦା ଅଫିସ,୨।୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୂଚୀରେ ସାମିଲ ହୋଇଥିବା ମୟୂରଭଞ୍ଜ ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୨୯ ତାରିଖରେ ମତଦାନ ହେବ। ଏଥିପାଇଁ ମଙ୍ଗଳବାରଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥତ୍ପତ୍ର ଦାଖଲ ହେବ। ଏପରିପ୍ରେକ୍ଷୀରେ ବିଜେଡି ସୋମବାର ମୋରଡା ଏବଂ ରାଇରଙ୍ଗପୁର ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। କେବଳ ବାରିପଦା ଆସନକୁ ଦଳ ଝୁଲାଇ ରଖିଛି । ଏଥିପୂର୍ବରୁ ଦଳ ଲୋକ ସଭା ଆସନ ସମେତ ୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଦେଇଥିଲା। କିଛି ଦିନ ତଳେ ଭାଜପା ରାଜ୍ୟ ଉପସଭାପତି ପଦ ଛାଡି ବିଜେଡିରେ ଯୋଗ ଦେଇଥିବା ରାଜକିଶୋର ଦାସଙ୍କୁ ମୋରଡା ଆସନ ଲାଗି ମିଳିଛି ଦଳର ଟିକେଟ । ସେହିପରି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦଳ ମହିଳା କାର୍ଡ ଖେଳି ବାସନ୍ତୀ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ଏହି ଦୁଇ ବିଧାନସଭା ଆସନରେ ୨ ବିଧାୟକଙ୍କ ଟିକେଟ କଟିଛି। ପୂର୍ବରୁ ଭାଜପା ୫ ବିଧାନସଭା ଆସନ ଯଥା ବାଙ୍ଗିରିପୋଷି, ବାରିପଦା, ସାରସକଣା, ଯଶିପୁର ଓ ଉଦଳା ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ସୋମବାର ମୟୂରଭଞ୍ଜ ଲୋକ ସଭା ଆସନ ଲାଗି ବିଶ୍ୱେଶ୍ୱର ଟୁଡୁଙ୍କୁ ଦଳ ପ୍ରାର୍ଥୀ କରଥିବା ବେଳେ ମୋରଡ଼ା ବିଧାନସଭା ପାଇଁ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ନବ ଚରଣ ମାଝୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ଜେଏମଏମ କେତେକ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ଅଳ୍ପ କେତୋଟି ଆସନକୁ ଝୁଲାଇ ରଖିଛନ୍ତି। କଂଗ୍ରେସ ଓ ଜେଏମଏମ ଏଥର ନିର୍ବାଚନରେ ମେଣ୍ଟ କରିବା ନେଇ ଆଲୋଚନା ଜାରି ରଖିଥିଲେ ମଧ୍ୟ ଏଯାଏ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଜେଏମଏମ କେବଳ ଲୋକ ସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ଚୁପ ବସିଛି। ସେହିପରି କଂଗ୍ରେସ କେବଳ ବାରିପଦା, ଯଶିପୁର ଓ ଉଦଳା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଏପରିପ୍ରେକ୍ଷୀରେ ସମ୍ପୃକ୍ତ ଦଳର ଆଶାୟୀମାନେ ଜୋରଦାର ଲବି ଜାରି ରଖିଛନ୍ତି। ଶାସକ ବିଜେଡି ପାଇଁ ବାରିପଦା ଆସନ ଝୁଲି ରହିବାନେଇ ଦଳରେ ନାନା ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡିଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିପାରେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଅନ୍ୟପକ୍ଷେ ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ ମଧ୍ୟ ଟିକେଟ ଲାଗି ଆଶାୟୀ ଥିବା ଚର୍ଚ୍ଚା ହେଉଛି।

ଫୋଟୋ - http://v.duta.us/6wOU6wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/WkKLigAA

📲 Get Balasore News on Whatsapp 💬