[balasore] - ନାମଲେଖା ଫର୍ମ ଧରି ବୁଲୁଛି ଗମନ୍ତି

  |   Balasorenews

କେନ୍ଦୁଝର, ୨ା୪ (ସ୍ବ.ପ୍ର.): ମା’ବାପକୁ ହରାଇବା ଥିବା ଜଣେ ଆଦିବାସୀ ଅନାଥ ଶିଶୁ କନ୍ୟା ପାଠ ପଢିବା ପାଇଁ ଆଗ୍ରହ କରୁଥିଲେ ହେଁ କୌଣସି ସୁବିଧା ନ ମିଳିବାରୁ ଫର୍ମ ଧରି ସ୍କୁଲରୁ ଜିଲା ମଙ୍ଗଳ କାର୍ଯ୍ୟାଳୟ ଘୁରି ବୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଗମନ୍ତି ସୋରେନ। ତାଙ୍କର ଜଣେ ଭଉଣୀ ଅଛନ୍ତି। ତାଙ୍କ ଘର ଢେଙ୍କାନାଳ ଜିଲା କଳସପୁର। ମା’ବାପଙ୍କୁ ହରାଇ ଅନାଥ ହୋଇଯତ୍ବା ପରେ କମ ବୟସରେ ୨ ଭଉଣୀ ପର ଘରେ କାମ କରି ବାଞ୍ଚିବା ପାଇଁ ସଂଗ୍ରାମ କରିଛନ୍ତି। ସେମାନଙ୍କ ମଧ୍ୟରୁ ସାନ ଝିଅ ଗମନ୍ତି। ସେ ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଗ୍ରାମ ନିକଟ ବଡଖମଣ ଗ୍ରାମର ଶୁକଦେବ ମାଝୀଙ୍କ ଘରକୁ କାମ କରିବାକୁ ଆସିଥିଲେ। ଶୁକଦେବ ଦିନ ମଜୁରିଆ ଓ ତାଙ୍କର ସ୍ତ୍ରୀ ଓ ୨ ପୁଅ ଓ ଝିଅ ଅଛନ୍ତି। କାମ କରିବାକୁ ଗଲେ ପିଲାଙ୍କ ଦେଖାରଖା କରିବା ପାଇଁ ଏହି ଗମନ୍ତିଙ୍କୁ ଆଣି ଆସିଥିଲେ। ଶୁକଦେବ ମାନବିକତା ଦୃଷ୍ଟି କୋଣରୁ ଘରେ ରଖି ଗମନ୍ତିଙ୍କ ଦେଖାରଖା ନିଜ ୨ ପିଲାଙ୍କ ସହ କରିଥିଲେ। ତାଙ୍କୁ ବଡଖମଣ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢାଇଲେ। ସେଠାରୁ ଗମନ୍ତି ୫ମ ଶ୍ରେଣୀ ପାସ୍‌ କଲେ। ନିଜର ଦୁଇ ପିଲା ସହିତ ପରିବାର ପ୍ରତିପୋଷଣ କରିଆସୁଥିବା ଶୁକଦେବ ଗମନ୍ତିକୁ ପାଖରେ ରଖି ପଢାଇବା ଓ ଲାଳନ ପାଳନ କରିବା ପାଇଁ ଅର୍ଥାଭାବ ଯୋଗୁଁ ଅସମର୍ଥ ହୋଇଥିଲେ। ତଥାପି ଦୀର୍ଘ ବର୍ଷ ଧରି ଘରେ ରଖି ଗ୍ରାମ ସ୍କୁଲରେ ପାଠ ପଢାଇଥିଲେ। ଏବେ ପାଖରେ ସ୍କୁଲ ନ ଥିବାରୁ ତାକୁ ପଢାଇବା ପାଇଁ ଆଦିବାସୀ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲରେ ନାମ ଲେଖାଇବା ପାଇଁ ଉଦ୍ୟମ କରିଛନ୍ତି। ଘର ନିକଟରୁ ପ୍ରାୟ ୨ କି.ମି. ଦୂରରେ ରହିଛି ଭଗାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ। ସେଠାରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଗମନ୍ତି ଫର୍ମ ଆଣିଥିଲେ। ନାମ ଲେଖାରେ ସମସ୍ୟା ଦେଖାଦେବାରୁ ସୋମବାର ଦୀର୍ଘ ପ୍ରାୟ ୬୫ କି.ମି. ଦୂର ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଛୁଟି ଥିବାରୁ ନିରାଶ ହୋଇ ସେ ଫେରିଥିଲେ। ସରକାର ଆଦିବାସୀଙ୍କୁ ମାଗଣାରେ ଆବାସିକ ଶିକ୍ଷା ଦାନ ବ୍ୟବସ୍ଥା କରିଥିବା ବେଳେ ଶିକ୍ଷା ଅଧିକାର ଆଇନରେ ସମସ୍ତେ ମାଗଣା ଶିକ୍ଷା ପାଇବେ, କୌଣସି ସ୍କୁଲ ସେମାନଙ୍କୁ ବଞ୍ଚିତ କରିପାରିବେ ନାହିଁ ବୋଲି ବ୍ୟବସ୍ଥା ରହିଛି। ୫ ତାରିଖ ପ୍ରବେଶ ପରୀକ୍ଷା ରହିଛି। ପ୍ରବେଶ ପରୀକ୍ଷା ଦେଇ ନ ପାରିଲେ ପାଠ ପଢା ବନ୍ଦ ହୋଇଯିବ। ଏ ନେଇ ଶୁକଦେବ ଚିନ୍ତା ପ୍ରକଟ କରିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀଙ୍କୁ ପ୍ରଦନ୍ମ କୁମାର ଦାସଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକଙ୍କୁ କହି ନାମ ଲେଖାଇବା ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି।

ଫୋଟୋ - http://v.duta.us/tIF2oAEA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/LaIDMQAA

📲 Get Balasore News on Whatsapp 💬