[balasore] - ନୀଳଗିରରେ ଜୋରଦାର ହେବ ଲଢ଼େଇ : ଦଳବଦଳକୁ ନେଇ ଲାଗି ରହିଛି ଅସ୍ଥିରତା

  |   Balasorenews

ସଜନାଗଡ଼, ୨।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ଭାଜପା ପକ୍ଷରୁ ଇଂ. ସୁକାନ୍ତ କୁମାର ନାୟକ, ବିଜେଡିରୁ ସନ୍ତୋଷ ଖଟୁଆ ଏବଂ କଂଗ୍ରେସରରୁ ମନୋଜ ମଞ୍ଜରୀ ଦେବୀ ଏବଂ ସିପିଆଇ (ଏମ୍‌)ରୁ ଯୋଗାନନ୍ଦ ଦାଶ ପ୍ରାର୍ଥୀ ହୋଇଛନ୍ତି। ବିଭିନ୍ନ ପ୍ରମୁଖ ଦଳରେ ଅନ୍ତଃ କନ୍ଦଳ ଓ ଦଳବଦଳ ସ୍ଥିତି ନୀଳଗିିରିର ରାଜନୀତିକୁ ସରଗରମ କରିଛି। ପ୍ରମୁଖ ଦଳରେ ପ୍ରାର୍ଥୀ ଚୟନକୁ ନେଇ ଅସ୍ଥିରତା ଲାଗି ରହିଥିବାରୁ ଏହା ନିର୍ବାଚନ ସମୀକରଣକୁ ବଦଳାଇ ଦେବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଲଢି ବାଜିମାତ୍‌ କରିଥିବା ସୁକାନ୍ତ ଗତ ମାର୍ଚ୍ଚ ୧୫ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ। ପରେ ୨୦ ତାରିଖରେ ସେ ଭାଜପାରେ ବିଧିବଦ୍ଧ ଭାବେ ଯୋଗଦେଇ ଭାଜପା ଟିକେଟ ହାତେଇଛନ୍ତି। ବିଜେଡିରେ ନୂଆକରି ଯୋଗଦେଇଥିବା ସନ୍ତୋଷ ଖଟୁଆଙ୍କ ଦଳ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟ କଂଗ୍ରେସ ପକ୍ଷରୁ ପୂର୍ବରୁ ନୀଳଗିରିର ରାଣୀ ମନୋଜ ମଞ୍ଜରୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ନିର୍ବାଚନ ମୁକାବିଲ ନେଇ କେଉଁ ଦଳ କିଭଳି ରଣନୀତି ଗ୍ରହଣ କରିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଭାଜପା ପ୍ରାର୍ଥୀ ସୁକାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଗଣତନ୍ତ୍ରରେ ଲୋକେ ହିଁ ଶକ୍ତିଶାଳୀ। ତେବେ ନୀଳଗିରି ପାଇଁ ସେ କରିଥିବା ନିସ୍ବାର୍ଥପର ସେବା କେବେ ବ୍ୟର୍ଥ ଯିବ ନାହଁି । ବିଜେଡି ପ୍ରାର୍ଥୀ ସନ୍ତୋଷ ଦଳୀୟ ଟିକେଟ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ ଦଳ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବେ ବୋଲି କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ମନୋଜ ମଞ୍ଜରୀଙ୍କ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଇ ନିର୍ବାଚନ ସାମ୍ନା କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିିଳିଛି। ଟିକେଟ ମିଳିବା ପରେ ସିପିଆଇ (ଏମ୍‌) ପ୍ରାର୍ଥୀ ଯୋଗାନନ୍ଦ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଭାଜପା ଓ ବିଜେଡିର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଘଟିଥିଲେ ମଧ୍ୟ ସମର୍ଥକମାନେ ଖୁସି ମନାଉଥିବା ଦେଖିବାକୁ ମିଳିଛି।

ଫୋଟୋ - http://v.duta.us/QECtXQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/DBgsDAAA

📲 Get Balasore News on Whatsapp 💬