[balasore] - ପ୍ରଥମ ଦିନରେ ନାମାଙ୍କନ ଦାଖଲ କଲେ ଶ୍ୟାମା ପ୍ରସାଦ

  |   Balasorenews

ବାଲେଶ୍ୱର ଅଫିସ, ୨।୪- ନିର୍ବାଚନ କମିଶନ ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲର ପ୍ରଥମ ଦିବସରେ ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଭାବେ ଶ୍ୟାମା ପ୍ରସାଦ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜଳେଶ୍ୱର, ଭୋଗରାଇ, ନୀଳଗିରି, ସଦର, ରେମୁଣା, ସୋର ଏବଂ ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର କିଣିଛନ୍ତି। ସେହିପରି ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପାଇଁ ରମାନାଥ ବାରିକ ମଧ୍ୟ ନାମାଙ୍କନ ପତ୍ର କ୍ରୟ କରିଥିବା ଜିଲା ଉପନିର୍ବାଚନ ଅଧିକାରୀ ମନୋଜ କୁମାର ସେନାପତି ପ୍ରକାଶ କରିଛନ୍ତି।

ମଙ୍ଗଳବାର ଅପରାହ୍ନରେ ବସ୍ତା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଭାବେ ଶ୍ୟାମାପ୍ରସାଦ ବେହେରା ନିଜର ସମର୍ଥକମାନଙ୍କ ସହ ଉପଜିଲାପାଳଙ୍କ ଅଫିସ୍‌ରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମଧୁସୂଦନ ଦାସ, ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଅନନ୍ତ ଦାସ, ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଦୀପ ବେହେରା, ସଦର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମଦନମୋହନ ଦତ୍ତ, ଅଟଳ କୁମାର ପରିଡ଼ା, ସାଧନା ଦାସ, ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଗୋବିନ୍ଦ ଚନ୍ଦ୍ର ଦାସ, ସନ୍ତୋଷ କୁମାର ସେଠୀ, ବିଧାନ ଚନ୍ଦ୍ର ଜେନା, ସୋର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଶୁରାମ ଧଡ଼ା, ରାକେଶ କୁମାର ମଲ୍ଲିକ, ହୃଷିକେଶ ମାଝି ଏବଂ ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନାମାଙ୍କନ ପତ୍ର କ୍ରୟ କରିଥିବାର ଜଣାପଡ଼ିଛି। ରେମୁଣାର ପୂର୍ବତନ ବିଧାୟକ ତଥା ଭାଜପା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ କ୍ଷୀରଚୋରା ଗୋପୀନାଥଙ୍କ ଆଶୀର୍ବାଦ ନେଇ ବୁଧବାର ନାମାଙ୍କନପତ୍ର ଦାଖଲ କରିବେ। ଓଡ଼ିଶାରେ ଡବଲ ଇଞ୍ଜିନ୍‌ କାମ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ବଚ୍ଛଶାସନ, ଲୋକାଭିମୁଖୀ ଯୋଜନା, ବିକାଶର ଧାରା ଓଡ଼ିଶା ଏବଂ କେନ୍ଦ୍ରକୁ ଆଗେଇ ନେବ। ଜିଲାରେ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୫ଟିରେ ବିଜୟଲାଭ କରିବ। ଲୋକସଭା ଆସନରେ ଭାଜପା ମଧ୍ୟ ବିଜୟୀ ହେବ ବୋଲି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ସେହିପରି ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସ ନାମାଙ୍କନ ପତ୍ର କିଣିବା ଅବସରରେ ଭୋଗରାଇ ନିର୍ବାଚନମଣ୍ଡଳୀର ବିକାଶ ଧାରାରେ ରାସ୍ତାଘାଟ, ଉଦୟପୁର ବେଳାଭୂମି ବିକଶିତ, ଜଳେଶ୍ୱରରୁ ଦୀଘା ରାସ୍ତା ସବୁଠାରୁ ବଡ଼ ପ୍ରକଳ୍ପ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ ଯୋଜନା ପାଇଁ ଭୋଗରାଇବାସୀ ବିଜେଡି ପ୍ରତି ଆସ୍ଥାପ୍ରକଟ କରିବା ସହ ତାଙ୍କ ପ୍ରତି ଆଶୀର୍ବାଦ ରଖିଛନ୍ତି। ସେ ଚଳିତ ନିର୍ବାଚନରେ ବିଜୟୀ ହେବା ସହ ଅତିଶୀଘ୍ର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ପ୍ରକାଶ କରିଛନ୍ତି।

ଫୋଟୋ - http://v.duta.us/pca79wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/sWeQ5gAA

📲 Get Balasore News on Whatsapp 💬