[balasore] - ବିଜେଡିରୁ ଇସ୍ତଫା ଦେଲେ ଦୁଇ ଯୁବନେତା

  |   Balasorenews

ବାଲେଶ୍ୱର ଅଫିସ, ୨।୪: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳରୁ ଆଶାୟୀ ପ୍ରାର୍ଥୀମାନେ ଦଳ ଛାଡ଼ି ଅନ୍ୟଦଳର ସଦସ୍ୟତା ଗ୍ରହଣ କରୁଛନ୍ତି। ଏପରି ପରିସ୍ଥିତିରେ ବିଜେଡିର ସିମୁଳିଆ ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଯଯାତି ଦାସ ଏବଂ ରେମୁଣା ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଦୀପକ କୁମାର ମଲ୍ଲିକ ଦଳରୁ ଇସ୍ତଫା ଦେଇଥିବା ସୋମବାର ଘରୋଇ ହୋଟେଲ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜେଡିରେ ୨୦ବର୍ଷ ଧରି ଶୃଙ୍ଖଳିତ କର୍ମୀ ହିସାବରେ କାର୍ଯ୍ୟ କରିବା ସହ ରାଜ୍ୟ ବିଜୁ ଯୁବ ଜନତା ଦଳର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ଯଯାତି ଦାସ ସୋମବାର ଦଳର ପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ବିଜୁବାବୁ ଏବଂ ନବୀନବାବୁଙ୍କ ଆଦର୍ଶ କିଛି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀର ୫ରୁ ୭ହଜାର ଦୃଢ଼ ସମର୍ଥକ ବିଜେଡିରୁ ଇସ୍ତଫା ଦେବେ ବୋଲି ସେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ତାଙ୍କ ସହ ସିମୁଳିଆ ନେତା ଗଜେନ୍ଦ୍ର ଗିରି, ପ୍ରଦୀପ ରାୟ, ବୈଦ୍ୟନାଥ ପାଢ଼ୀ ଓ ଛାତ୍ରନେତା ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଯୁବନେତା ଦୀପକ କୁମାର ମଲ୍ଲିକ ବର୍ଷେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପା ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ତାଙ୍କ ପ୍ରଚେଷ୍ଟାରେ ୨ଟି ଉପନିର୍ବାଚନରେ ସେ ବିଜେଡିକୁ ଜିତାଇବା ସହ ସଙ୍ଗଠନକୁ ସୁଦୃଢ଼ କରିବାରେ ସମସ୍ତ ସହାୟକ ହୋଇଥିଲେ ବୋଲି ଦାବି କରିଥିଲେ। ଅନ୍ୟପକ୍ଷରେ ୭ବର୍ଷ ଧରି ରେମୁଣା ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ସମାଜସେବାରେ ସହଯୋଗ କରି ନିଜର ରାଜନୈତିକ ଛବି ଦୃଢ଼ କରିବା ସହ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିଲେ। ତାଙ୍କୁ ସୁଯୋଗ ଦିଆ ନ ଯିବା ଦଳ ତାଙ୍କ ପାଇଁ ଅବହେଳା କରିଛି। ସମସ୍ତ ଯୋଗ୍ୟତା ଥାଇ ପ୍ରାର୍ଥତ୍ତ୍ୱ ନ ପାଇବା ଦଳୀୟ ନୀତି ଆଦର୍ଶକୁ ଆରୋପ ଲଗାଇ ସେ ଦଳ ଛାଡ଼ିଥିବାର ପ୍ରକାଶ କରିଛନ୍ତି।

ଫୋଟୋ - http://v.duta.us/0V-P4wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/jkzyrgAA

📲 Get Balasore News on Whatsapp 💬