[balasore] - ବିଜେଡିରୁ ପୁଣି ପ୍ରାର୍ଥୀ ହେଲେ ନିତ୍ୟାନନ୍ଦ: ଭାଜପାରେ ସାମିଲ ହୋଇପାରନ୍ତି ରଘୁନାଥ

  |   Balasorenews

ବାଲେଶ୍ୱର ଅଫିସ, ୨।୪-ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀର ଦ୍ୱିତୀୟ ଥର ଲାଗି ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଉପରେ ଭରସା ରଖି ବିଜେଡି ଦଳୀୟ ପ୍ରାର୍ଥୀ ଘୋଷଣା କରିଛି। ସୋମବାର ଦଳୀୟ ଟିକେଟ ଘୋଷଣା ପରେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ହେଭିୱେଟ୍‌ ପୁରୁଖା ନେତା ରଘୁନାଥ ମହାନ୍ତିଙ୍କୁ ନେଇ ନାନା ଚର୍ଚ୍ଚା ଲାଗିରହିଛି। ରଘୁନାଥ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ପଷ୍ଟ କରି ନ ଥିଲେ ମଧ୍ୟ ମଙ୍ଗଳବାର ନିଜ ସମର୍ଥକଙ୍କ ସହ ଭୁବନେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ପଦ୍ମ ଧରିବେ ବୋଲି ତାଙ୍କ ନିକଟତମ ସହଯୋଗୀ ଯଯାତି ଦାସ ପ୍ରକାଶ କରିଛନ୍ତି।

୩୭ନଂ. ବିଧାନସଭା କ୍ଷେତ୍ର ବସ୍ତା ନିର୍ବାଚନମଣ୍ଡଳୀରେ ଏକଦା ରଘୁନାଥ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା। ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ବିଧାୟକ ଭାବେ ଜିତି ଆସିଥିଲେ। ପୁତ୍ରବଧୂଙ୍କ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇ ସେ ମନ୍ତ୍ରୀପଦ ହରାଇଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ତତ୍କାଳୀନ ବ୍ଲକ ଅଧ୍ୟକ୍ଷ ତଥା ବ୍ଲକ ସଭାପତି ନିତ୍ୟାନନ୍ଦ ସାହୁଙ୍କୁ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇଥିଲା। ସେ ନିର୍ବାଚନ ଲଢି ୭୬ହଜାର ୭୩୭ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ନିର୍ବାଚନରେ ରଘୁନାଥ ତାଙ୍କୁ ସହାୟତା କରିଥିଲେ। ଉଲ୍ଲେଖନୀୟ ଯେ, ଏଥର ବସ୍ତା ଆସନ ଲାଗି ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା ନ କରି ଝୁଲାଇ ରଖିଛି। ଏଣୁ ରଘୁନାଥ ଭାଜପାରେ ଯୋଗ ଦେବା ନେଇ କଳ୍ପନାକଳ୍ପନା ପ୍ରକାଶ ପାଇଛି। ଅନ୍ୟପକ୍ଷେ କଂଗ୍ରେସ ପୂର୍ବରୁ ବିଜନ ନାୟକଙ୍କୁ ଏଠାରେ ପ୍ରାର୍ଥୀ ଘୋଷଣା କରିଛି।

ଫୋଟୋ - http://v.duta.us/oQseSwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ex8cmgAA

📲 Get Balasore News on Whatsapp 💬