[balasore] - ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ନାମାଙ୍କନପତ୍ର ଦାଖଲ: ଜିଲା ଭାଜପା, କଂଗ୍ରେସ ନେତାଙ୍କ ସମର୍ଥନ

  |   Balasorenews

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଅବସରପ୍ରାପ୍ତ ଭାରତୀୟ ପ୍ରଶାସାନିକ ଅଧିକାରୀ ଅଖିଳ ନାଏକ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ପ୍ରଥମେ ପାଟଣା ମୁଖ୍ୟାଳୟସ୍ଥିତ ଆନନ୍ଦେଶ୍ୱର ମହାଦେବ ମନ୍ଦିରରୁ ପୂଜାର୍ଚ୍ଚନା କରି କେନ୍ଦୁଝର ଯାଇଥିଲେ।

ଅଖିଳ ଦୀର୍ଘ ଦୁଇ ବର୍ଷ ତଳୁ ଭାଜପା ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଟିକେଟ ଦୌଡ଼ରେ ପ୍ରମୁଖ ଦାବିଦାର ରହିଥିବା ବେଳେ ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା କହିଛନ୍ତି। ପାଟଣା ଭାଜପାର ଏକ ବଡ଼ ଗୋଷ୍ଠୀ ଅଖିଳଙ୍କୁ ସମର୍ଥନ କରୁଥିବା ବେଳେ କଂଗ୍ରେସର କେତେକ ଛାମୁଆ ନେତା ମଧ୍ୟ ତାଙ୍କୁ ଖୋଲାଖୋଲି ସମର୍ଥନ କରୁଥିବା ସେ କହିଛନ୍ତି। ଯାହାକି ଜିଲା ଭାଜପାର ମୁଣ୍ଡବିନ୍ଧା କାରଣ ସାଜିପାରେ ବୋଲି କୁହାଯାଉଛି। ଏଥିରେ ପୂର୍ବତନ ଭାଜପା ପାଟଣା ବିଧାୟକ ଗୌରହରି ନାଏକ, କଂଗ୍ରେସ ପୂର୍ବତନ ବିଧାୟକ ପ୍ରାର୍ଥୀ ସନାତନ ନାଏକ, ବରିଷ୍ଠ ଭାଜପା ନେତା ଦୁର୍ଗାଚରଣ ନାୟକ, ଯୁଗଳ କିଶୋର ଦାଶ, ନିର ମହାନ୍ତ ପ୍ରମୁଖ ୧ହଜାରରୁ ଊର୍ଦ୍ଧ୍ୱ ସମର୍ଥକ ଏଥିରେ ସାମିଲ ହୋଇଥିଲେ।

ଫୋଟୋ - http://v.duta.us/87WelQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_iYGIQAA

📲 Get Balasore News on Whatsapp 💬